Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମସ୍ୟା ଘେରରେ ଶାନ୍ତପୂର୍ ଧାନମଣ୍ଡି ଅସନ୍ତୋଷ ଚାଷୀକୁଳ

କଳାହାଣ୍ଡି, ୧୮/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୂର୍ ଧାନମଣ୍ଡିରେ ଚାଷୀ ଧାନ ବିକ୍ରି କରିବା ପାଇଁ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିବା ଏଭିଯୋଗ ହେଉଛି, ସୂଚନା ଅନୁଯାୟୀ ଏହି ମଣ୍ଡି ରେ ଧାନ କିଣିବା ପାଇଁ ସ୍ଥାନୀୟ ଦିବ୍ୟ ଦୃଷ୍ଟି ସ୍ଵୟଂ ସହାୟକ ଦଳକୁ ସରକାରୀ ଭାବରେ ସ୍ବୀକୃତି ଦେଇଥିବା ବେଳେ ମିଲର ମାନଙ୍କ ମଧ୍ୟରେ ରାମାନୁଜ ଏଗରୋ ରୁପ୍ରାରୋଡ଼, କନକ ଦୁର୍ଗା ତୁଳାପଡ଼ା, ବାସୁଦେବ ରାଇସ ମିଲ, ଗାଇ ଗାଁ ଭଳି ଚାରିଟି ମିଲ କୁ ଧାନ ଉଠାଣ ପାଇଁ ନିର୍ଦ୍ଦେଶ ରହିଛି କିନ୍ତୁ ସୂଚନା ଅନୁଯାୟୀ ମିଲର ଓ ଧାନ କିଣୁଥିବା SHG ଆବଶ୍ୟକ ଅନୁଯାୟୀ ଆଖାବସ୍ତା ଯୋଗାଇ ପାରୁ ନ ଥିବାରୁ ଧାନ କିଣାରେ ସମସ୍ୟା ଦେଖା ଦେଇଛି ସୂଚନା ଯୋଗ୍ୟ ଯେ ତିନିଟି ମିଲର ଅଖା ବସ୍ତା ଅଭାବ ରୁ ଜରିବସ୍ତା ଧାନ କୁ ମଣ୍ଡି ରୁ ଉଠାଉଥିବା ବେଳେ ବାସୁଦେବ ରାଇସ ମିଲ୍ ଅଖା ବସ୍ତା ନ ହେଲେ ଧାନ ଉଠାଉ ନ ଥିବା ଓ କୁଇଣ୍ଟ।ଲ ପ୍ରତି ଚାଷୀ ଙ୍କ ଧାନ ସାତ ରୁ ଆଠ କେଜି କଟନି ଛଟନି ହେଉଥିବା ଅଭିଯୋଗ ହୋଇଛି ଏବଂ ବାସୁଦେବ ମିଲର ଅବହେଳା ଯୋଗୁଁ ଆଠ ରୁ ଦଶ ଦିନ ମଣ୍ଡିରେ ଧାନ ପଡ଼ି ରହୁଥିବା SHG ସଭାପତି ଓ ସମ୍ପାଦିକା ପ୍ରକାଶ କରିଛନ୍ତି କିନ୍ତୁ ସାମଗ୍ରିକ ଭାବରେ ଦେଖିବାକୁ ଗଲେ ମଣ୍ଡି ଭିତରେ ଚାଷୀ ଓ ଧାନ ଉଠାଣ ଶ୍ରମିକ ମାନଙ୍କ ପାଇଁ ରାତିରେ ଶୋଇବା ପାଇଁ ତମ୍ବୁ , ଲାଇଟ୍,ୟୁରିନାଲ,ପାନୀୟ ଜଳ ଭଳି କୌଣସି ସୁବିଧା ନ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ,ଏବଂ କେସିଙ୍ଗା ଗାଇ ଗାଁ ର ବାସୁଦେବ ମିଲର୍ସ ଗାଡ଼ି ଯାଉଛି ବୋଲି କହି ମଣ୍ଡି କୁ ଗାଡ଼ି ନ ପଠାଇବା ଫଳରେ ଶ୍ରମିକ ମାନେ ରାତି ୧୨ ପର୍ଯ୍ୟନ୍ତ ଜଗି ଶେଷରେ ଭୋକ ଉପାସରେ ନିରାଶ ହୋଇ ଘରକୁ ଫେରୁଥିବା ପ୍ରକାଶ କରିଛନ୍ତି ଏଣୁ ଏ ସମସ୍ତ ଅବ୍ୟବସ୍ଥା ଧାନ କିଣା ଦିବ୍ୟଦୃଷ୍ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ଅବହେଳା ଓ ଖାମଖିଆଲି ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀ ମାନେ ପ୍ରକାଶ କରିବା ସହ ଶାନ୍ତପୂର୍ ମଣ୍ଡି ରୁ ମହିଳା ଗୋଷ୍ଠୀ କୁ ବାଦ୍ ଦେଇ ପ୍ୟାକ୍ସ ଜରିଆରେ ଧାନ କିଣିବା ପାଇଁ ଦାବି ହେଉଛି