Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସଚେତନତା କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଇଭିଏମ ଓ ଭିଭିପାଟ ପ୍ରଦର୍ଶନୀ କେନ୍ଦ୍ର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ମଡେଲ ବୁଥ୍ କେନ୍ଦ୍ରରେ ପ୍ରଶିକ୍ଷଣ ଏବଂ ସଚେତନତା ନିମନ୍ତେ ଇଭିଏମ ଏବଂ ଭିଭିପାଟ ରଖାଯାଇଛି I ଜନସାଧାରଣ ଏହି କେନ୍ଦ୍ରକୁ ଆସି ଇଭିଏମ ମାଧ୍ୟମରେ କିଭଳି ମତଦାନ କରାଯାଏ ଏବଂ ଭିଭିପାଟ ମାଧ୍ୟମରେ କିପରି ନିଜେ ଦେଇଥିବା ଭୋଟ୍‌ର ସଠିକତାକୁ ଯାଞ୍ଚ କରିହେବ ତାହାର ପ୍ରଦର୍ଶନ କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ବୁଝାଇବା ସହ ଠିକ୍ ଭାବରେ ଭୋଟ ଦେବା ପ୍ରଣାଳୀ ଓ ମତଦାନର ମହତ୍ତ୍ଵ ସଂପର୍କରେ ଅବଗତ କରାଇବେ। ଜିଲ୍ଲାପାଳ ଶ୍ରୀ ରାୟ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ମତଦାନ ପ୍ରଣାଳୀ ବୁଝାଇବା ସହ ମୁକ୍ତ ଏବଂ ଅବାଧ ମତଦାନର ଗୁରୁତ୍ବ ସଂପର୍କରେ ଅବଗତ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ) ଯଶସ୍ୱନି ପୋଥାଳ, ବରିଷ୍ଠ ରାଜସ୍ବ ସହାୟକ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନୁରୂପ ପ୍ରଦର୍ଶନୀ କେନ୍ଦ୍ର କୁ ଜିଲ୍ଲାପାଳ ଶ୍ରୀ ରାୟ ଉଦଘାଟନ କରିଛନ୍ତି l କାର୍ଯ୍ୟକ୍ରମ ଅବସରରେ ଉପ- ଜିଲ୍ଲାପାଳ ଡ଼, ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ତହସିଲଦାର ବିଶ୍ଵରୂପା ରଥ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ମହିଳା କଲେଜ୍ ଓ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ବୁଦ୍ଧିଜିବୀ, ମିଡିଆ ଉପସ୍ଥିତ ଥିଲେ।