Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାମଗାଁ ମହିମା ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଶୁଭାରମ୍ଭ

ଝାରସୁଗୁଡା ୧୮/୧ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ସ୍ଥିତ ମହିମା ଆଶ୍ରମରେ ଅଷ୍ଟମ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ମହୋତ୍ସବ ବୁଧବାର ଦିନ ଶୁଭାରମ୍ଭ ହୋଇ ଯାଇଛି । ଜାମଗାଁ ଜୟ ଜଗନ୍ନାଥ ସମ୍ପର୍ଦ୍ଦା ମଣ୍ଡଳୀ ଓ ଘଣ୍ଟଶଙ୍ଖ ବାଦ୍ୟ ସହ ଅପରାହ୍ନ ୪ଟା ସମୟରେ ଗାଁ ବନ୍ଧକୁ ଯାଇ ସେଠାରୁ ୧୦୮ ଜଳପୂର୍ଣ୍ଣ କଳସ ଆଣି ମହିମା ଧର୍ମ ରୀତିନୀତି ଅନୁସାରେ ଯଜ୍ଞ ମଣ୍ଡପରେ ସ୍ଥାପନ କରା ଯାଇଥିଲା ଏବଂ ସନ୍ଧ୍ୟା ୭ଟା ସମୟରେ ଅଖଣ୍ଡ ଦ୍ୱୀପ ପ୍ରଜ୍ବଳନ, ବ୍ରହ୍ମଧୁନି ସ୍ଥାପନ ପରେ ଜଗତର କଲ୍ୟାଣ ନିମନ୍ତେ ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ବ୍ରହ୍ମଧୁନିରେ ଘୃତାହୁତି ଦେଇଥିଲେ । ଉକ୍ତ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞରେ ଜାମଗାଁ ଜମିଦାର ମହେନ୍ଦ୍ର କୁମାର ସାଏ ଓ ପତ୍ନୀ ଜାମିନୀ ସାଏ ମୁଖ୍ୟ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଗୋପୀନାଥ ସାଏ ଓ ପତ୍ନୀ ପ୍ରବୀଣା ସାଏ, ବିପ୍ଳବ ସାଏ ଓ ପତ୍ନୀ ଦୀପାଞ୍ଜଳୀ ସାଏ ପାର୍ଶ୍ୱ କର୍ତ୍ତା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସାଧୁସନ୍ଥ ମାନଙ୍କ ମଧ୍ୟରେ ସାଧୁ କଶ୍ୟପ ଦାସ,ସାଧୁ ଚିତ୍ରସେନ ଦାସ,ସାଧୁ ବାଦଳ ଦାସ,ସାଧୁ ନେପାଳ ଦାସ, ସାଧୁ ଅମୃତ ଦାସ,ସାଧୁ ଦୟାନିଧି ଦାସ, ସାଧୁ ହରିହର ଦାସ,ଇନ୍ଦ୍ରଜିତ ଦାସ,ମହେନ୍ଦ୍ର ତ୍ୟାଗୀ ଓ ନରହରି ତ୍ୟାଗୀ ଯଜ୍ଞ ସଂଚାଳନରେ ସହଯୋଗ କରୁଛନ୍ତି ।
ଆଜି ରାତ୍ର ସମୟରେ ଖଞ୍ଜଣି ଭଜନ, ପ୍ରବଚନ ,ସତସଙ୍ଗ, ଛୁଇଁଖାଞ୍ଚ ଗ୍ରାମର କୃଷ୍ଣଗୁରୁ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଜାମଗାଁ ମହିମା ଆଶ୍ରମ କମିଟିର ସଭାପତି ମହେନ୍ଦ୍ର କୁମାର ସାଏ, ସମ୍ପାଦକ ଡମ୍ବରୁଧର ପଧାନ, ଡୋଳାମଣି ପଧାନ, ସନତ ବାରିକ, ଧନଞ୍ଜୟ ପଧାନ, ଆଶାରାମ ବେହେରା, ଯଦୁମଣି ଭୋଇ, ସଞ୍ଜୀବ ପଧାନ,ତପେଶ୍ୱର ପଧାନ, ଉସତରାମ ବାରିକ, ମଙ୍ଗଳ ପଧାନ,ଖତୁ ସା, ଜୟରାମ ବାରିକ, ରକ୍ଷପାଳ ପଧାନ, ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଚଳିତ ଜାନୁଆରୀ ମାସ ୧୯ ତାରିଖ ଦିନ ପୂର୍ଣ୍ଣାହୁତି ସହ ଯଜ୍ଞ ସମ୍ପନ୍ନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

More Stories