ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ବାଘପାଲି ଗାଁ ରେ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଆଜି “ସଚେତନତା ଦିବସ” ପାଳନ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ଚନ୍ଦ୍ରମଣି ଦାସ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା , ବୃକ୍ଷ ରୋପଣ , ଜଳ ସୁରକ୍ଷା , ଶିଶୁ ଶ୍ରମିକ ଉଚ୍ଛେଦ ପ୍ରତି ସର୍ବଦା ସଚେତନ ରହିବା ଉଚିତ ବୋଲି କହିଥିଲେ। ଏଥିରେ ସ୍ଵେଚ୍ଛାସେବୀ ହୃଷିକେଶ ଦେହେରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା ସମ୍ପାଦକ ହିମାଂଶୁ ପଧାନ କରିଥିଲେ। ଏହି ଅବସରରେ ସେଚ୍ଛାସେବୀ ଧବଳେଶ୍ଵର ଭୁକ୍ତା ତତ୍ତ୍ଵବଧାନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଚନ୍ଦ୍ରମଣି ଦାସ ଯୁବକ ସଂଘ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ସଭାପତି ପଦ୍ମଲୋଚନ ପଧାନ ଧନ୍ୟବାଦ ଅର୍ପଣ ଦେଇଥିଲେ ।
ବାଘପାଲି ରେ ଜାତୀୟ ଯୁବ ସପ୍ତାହ ପାଳିତ
