Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲେଇ ହାଇସ୍କୁଲ ରେ ସୃଜନଶୀଳତା ଉତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ଠାରେ ବିଦ୍ୟାଳୟ ସ୍ତରୀୟ ଭାଷା , ସାହିତ୍ୟ ଓ ସୃଜନଶୀଳତା ର ଉତ୍ସବ ଆଜି ପାଳନ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ନଳିନୀକାନ୍ତ ବାଘ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ପ୍ରସନ୍ନ କୁମାର ଶତପଥି ଯୋଗଦେଇ ସାହିତ୍ୟ ହିଁ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ଃ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୃଜନଶୀଳ ଉତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସାହିତ୍ୟ ସୃଜନୀ କ୍ଲବ ର ଓଡ଼ିଆ ଭାଷା ଓ ସାହିତ୍ୟ ର ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଆଲୋକପାତ କରିଥିଲେ । ମୋ ସ୍କୁଲ ଅଭିଯାନ ର ବରିଷ୍ଠ ସଦସ୍ୟ ଜଗନ୍ନାଥ ଅମାତ , ରମେଶ ସାହୁ , ଜଗଦୀଶ ବସ୍ତିଆ ପ୍ରମୁଖ ଅନ୍ୟତମ ଅତିଥିଭାବେ ମଞ୍ଚାସିନ ଥିଲେ । ରାଜ୍ୟ ସ୍ତରୀୟ ସୁରଭି ମିଲେଟ ରେ ଅଂଶଗ୍ରହଣ କରି ବିଦ୍ୟାଳୟକୁ ସୁନାମ ଆଣିଥିବା ଛାତ୍ରୀ ରୋଜାଳିନ କୁରୁକୁରିଆ କୁ ବ୍ଲକ ବିଜ୍ଞାନ ସମ୍ପାଦକ , ଜିଲ୍ଲା ବିଜ୍ଞାନ ରିସୋର୍ସ ପାର୍ଶନ ସୁଧିର କୁମାର ହୋତା ସମ୍ମାନିତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ହୃଷିକେଶ ପଧାନ , ମହେଶ ଦେହେରୀ , ପ୍ରଶାନ୍ତ କୁମାର ସାହୁ , ଦାଶରଥି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।