Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁଲିଆ ସାମାଜ କେନ୍ଦ୍ରବୋର୍ଡ ବୌଦ୍ଧ ଜିଲ୍ଲା ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର )
ଭୁଲିଆ ସମାଜ କେନ୍ଦ୍ର ବୋର୍ଡ ବୌଦ୍ଧ ଜିଲ୍ଲା ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କର ଏକ ଶପଥ ପାଠ ଉତ୍ସବ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣି ନିକଟସ୍ଥ ଖଲିଆ ପାଲି ଗ୍ରାମରେ ଆୟୋଜିତ ହୋଇଯାଇଛି l ଶୁକ୍ରବାର ଏକ ବିରାଟ ଶୋଭାଯାତ୍ରାରେ ମହିଳା ଓ ପୁରୁଷ ହରିବୋଲ ହୁଳହୁଳି ମଧ୍ୟରେ ଗ୍ରାମ ପରିକ୍ରମା କରି ସଭାମଞ୍ଚ ପାଖରେ ପହଞ୍ଚି ଥିଲେ I ଆୟୋଜିତ ସଭାରେ ପୂର୍ବତନ ମେହେର ( ଭୂଲିଆ) ସାମାଜ ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ହରିହର ମେହେର ସଭାପତିତ୍ବ କରିଥିଲେ l ନିଖିଲ ଓଡିଶା ମେହେର (ଭୁଲିଆ) ସାମାଜ ର କାର୍ଯ୍ୟକାରି ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ମେହେର , ଉପସଭାପତି ଶ୍ରୀ ସୌମିତ୍ରି ମେହେର , ସଂଗଠକ ଶ୍ରୀ ପ୍ରଫୁଲ୍ଲ କୁମାର ମେହେର ପ୍ରମୁଖ ରାଜ୍ଯ ସଂଘ ର କର୍ମକର୍ତ୍ତା ଅତିଥି ଭାବେ ଯୋଗଦେଇ ମନୋନୀତ ହୋଇଥିବା କେନ୍ଦ୍ର ବୋର୍ଡ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ l ସେମାନଙ୍କ ମଧ୍ୟରେ ସଭାପତି ଭାବେ ବାଳମୁକୁନ୍ଦ ମେହେର , କାର୍ଯ୍ୟକାରି ସଭାପତି ସୁଜିତ ମେହେର ରହିଥିବା ବେଳେ ଉପସଭାପତି ରାମେଶ୍ଵର ମେହେର ଏବଂ ଦୁର୍ଯ୍ୟୋଧନ ମେହେର ଥିଲେ l ସେହିପରି ସାଧାରଣ ସମ୍ପାଦକ ବିନୋଦ ମେହେର ଓ ସହ ସମ୍ପାଦକ ପିତାମ୍ବର ମେହେର , କୋଷାଧକ୍ଷ ନବ କିଶୋର ମେହେର ଏବଂ ଉପଦେଷ୍ଟା ଭାବେ ଜଗନ୍ନାଥ ମେହେର ଙ୍କୁ ରାଜ୍ୟ କମିଟି ଅନୁମୋଦନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ର ବୋର୍ଡ ସଭାପତି ପ୍ରଫୁଲ୍ଲ ମେହେର , କାର୍ଯ୍ୟକାରୀ ସଭାପତି ଶତୃଘ୍ନ ମେହେର ଙ୍କ ସହ ସହିଦ ଗୁରୁବାରି ମେହେର କେନ୍ଦ୍ର ବୋର୍ଡ ର ସଭାପତି ଓ ସମ୍ପାଦକ , ଅନଗୁଳ ଜିଲ୍ଲା କେନ୍ଦ୍ର ବୋର୍ଡ ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ I ଭୁଲିଆ ସାମାଜ ରୁ କୁସଂସ୍କାର ହଟାଇବା , କୌଳିକ ବୃତ୍ତି ଆପଣାଇବା , ସମସ୍ତେ ଏକତା ତଥା ସଂଘବଧ ହୋଇ ରହିବା , ବାଲ୍ୟ ବିବାହ ହଟେଇବା ଆଦି ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l