ଉଲୁଣ୍ଡା ରେ ମାହେଶ୍ବରୀ ଡୁମାଲ ଯାତ୍ରା ର ଶୁଭାରମ୍ଭ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଡୁମାଲ ସମାଜ ଓ ରାଜ୍ୟ ଡୁମାଲ ପରିଷଦ ସୁବର୍ଣ୍ଣପୁର ର ମିଳିତ ଅନୁକୁଲ୍ୟ ରେ ମାହେଶ୍ୱରୀ ଡୁମାଳ ଯାତ୍ରା -୨୦୨୪ ଉଲୁଣ୍ଡା ଠାରେ ଶନିବାର ଶୁଭାରମ୍ଭ ହୋଇଛି । ପୂର୍ବାହ୍ନ ୮ ଘଟିକ।ରେ ମାଁ ମାହେଶ୍ୱରି ପୀଠ ଉଲୁଣ୍ଡା ରେ ପୂଜା ଅର୍ଚ୍ଚନା ପରେ ଏକ ବିରାଟ ପଟୁଆରରେ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀ ଙ୍କ ସହ ୫ ହଜାରରୁ ଊର୍ଦ୍ଧ୍ଵ ୬୦ ଘର ଡୁମାଲ ଜାତି ସମାଜ ର ପୁରୁଷ ଓ ମହିଳା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲେ।ସେଠାରେ ମା ମାହେଶ୍ୱରୀ ଙ୍କ ସ୍ଥାପନ ପରେ ପ୍ରସାଦ ସେବନ ହୋଇଥିଲା । ପ୍ରସାଦ ସେବନ ପରେ ବିଭିନ୍ନ ଜିଲ୍ଳା ରୁ ଆସିଥିବା ମାହେଶ୍ୱରୀ ପୂଜକ , ଦେହେରୀ , ବେଜୀ , ଡୁମାଲ ଜାତି ର ନିର୍ବାଚିତ ପ୍ରତିନିଧି , ନେତ୍ରୁ ମଣ୍ଡଳୀ ଙ୍କୁ ରାଜ୍ୟ ଡୁମାଲ ପରିଷଦ ସଭାପତି ଶ୍ରୀ ଦୟାସାଗର ମେଣ୍ଡିଲି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ସଭାରେ ର।ଜ୍ୟ ଡୁମାଲ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଦସ୍ୟ ମୀନ କେତନ ମହାକୁର୍ ପରିଚାଳନା କରିଥିଲେ । ଯାତ୍ରା କମିଟି ସଭାପତି ରାଧା ଚରଣ ମହ।କୁର , ସମ୍ପାଦକ ବସୁ ଭୋଇ , ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁର୍ , ରଜ୍ୟ ଉପସଭାପତି ଲୋକନାଥ ମାହ।ର , ପ୍ୟାରୀ ମହାକୁର , ଉତ୍ତର ପାତ୍ର , ରାମଜୀ ବିଶ୍ଵାଳ , ମିତ୍ର ଭାନୁ ମହାକୁର୍ , କିଶୋର କର୍ମୀ , ଲକ୍ଷ୍ମଣ ବସ୍ତିଆ , ଚନ୍ଦ୍ର କାନ୍ତ ପଧାନ ସମେତ ସମସ୍ତ କାର୍ଯ୍ୟକର୍ତ। ଉପସ୍ଥିତ ଥିଲେ । କୃଷ୍ଣ ଚନ୍ଦ୍ର କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ଯକ୍ରମ ଚାଲିଥିଲା ।