Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀକୁ ନେଇ ମୁହଁ ଖୋଲିଲେ ରବୀନା; ଟ୍ରୋଲର୍‌ଙ୍କୁ ଦେଲେ କଡା ଜବାବ

ନୂଆଦିଲ୍ଲୀ: ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ। ପଦ୍ମଶ୍ରୀ ସମ୍ମାନକୁ ନେଇ ରବୀନା ଟଣ୍ଡନଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

ତେବେ ଟ୍ରୋଲରଙ୍କୁ କଡା ଜବାବ ଦେଇଛନ୍ତି ରବୀନା। ସେମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ସେ ସେମାନଙ୍କୁ ‘କୌଣସି ଗୁରୁତ୍ୱ ଦେବାକୁ’ ଚାହୁଁନାହାଁନ୍ତି। ଏକ ନୂତନ ସାକ୍ଷାତକାରରେ ରବୀନା କହିଛନ୍ତି ଯେ କିଛି ଲୋକଙ୍କ ଏଭଳି ମୂଲ୍ୟହୀନ ମନ୍ତବ୍ୟ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ନାହିଁ।

ସୂଚନା ଅନୁଯାୟୀ ନିକଟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ରବୀନାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସମ୍ମାନ ପରେ ଅନେକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରି ପୁରସ୍କାର କାହିଁକି ପାଇଲେ ବୋଲି ପ୍ରଶ୍ନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ