Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିମୁଣ୍ଡା ପାଖରେ ଗୋଚାଲାଣ ଗାଡି ଓଲଟି ବହୁ ଗାଈଗୋରୁ ମୃତାହତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଆରଏମସି ଛକ ଠାରେ ଆଜି ଭୋର ୪ଟାରେ ଗୋ ଚାଲାଣ କରୁଥିବା ଗାଡ଼ି ଓଲଟି ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ୨୦ ନିରୀହ ଗୋରୁ ଗାଈ ମୃତ ସହ ଅନେକ ଗାଈ ଗୋରୁ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଗାଡ଼ି ରେ ଶହଶହ ନିରୀହ ଗାଈଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ସମୟରେ ଭାରସାମ୍ୟ ହୋଇ ଓଲଟି ପଡ଼ିଥିଲା । ଗାଡ଼ି ତଳେ ଚାପି ହୋଇ ୨୦ନିରୀହ ଗାଈଗୋରୁ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।ଆଜି ସକାଳୁ ସ୍ଥାନୀୟ ଲୋକେ ଜାଣି ଗାଈଗୋରୁ ଙ୍କୁ ଉଦ୍ଧାର କରୁଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ଦେଖିବାକୁ ମିଳୁଛି। ଘଟଣାସ୍ଥଳ ରୁ ଗାଡି ଚାଳକ ଓ ଗୋଚାଲାଣକାରୀ ଫେରାର ମାରିଛନ୍ତି। ସୋନପୁର ପୋଲିସ ପହଞ୍ଚି ଏହାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ