ଅସ୍ତରଙ୍ଗ ପୋଲିସ ର ସଡକ ସୁରକ୍ଷା ସପ୍ତାହ ପାଳିତ ।


ଅସ୍ତରଙ୍ଗ,,ଏପ୍ରିଲ,୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ,ସଡକ ଦୁର୍ଘଟଣା ଜନିତ ମୃତ୍ୟୁ କୁ ଶୂନ୍ୟ କରିବା ଉଦ୍ଦେଶ୍ୟରେ ପାଳିତ ହେଇଥିବା ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ, ଅସ୍ତରଙ୍ଗ ଥାନା ପୋଲିସ ଓ ଆଞ୍ଚଳିକ ପରିବହନ ପ୍ରାଧିକରଣ ପୁରୀ ଙ୍କ ମିଳିତ ସହଯୋଗରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇ ଅଛି । ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଙ୍କ ନେତୃତ୍ଵ ରେ, ଏସ ଆଇ,ସଂଗ୍ରାମ କେଶରୀ ସ୍ବାଇଁ, ଦିଲ୍ଲୀପ କୁମାର ସାମନ୍ତରାୟ, ଏ ଏସ ଆଇ,ପ୍ରଶାନ୍ତ କୁମାର ବିଶ୍ବାଳ,ଖଗେଶ୍ବର କର, ରତ୍ନାକର ବେହେରା,ବରିଷ୍ଠ ସାମ୍ବାିଦିକ,ଦୁଃଶାସନ ନାୟକ ଙ୍କ ସମେତ ଥାନାର ଅନ୍ୟ କର୍ମଚାରୀ ମାନେ,ଅସ୍ତରଙ୍ଗ ବଜାର ର ମୁଖ୍ୟ ରାସ୍ତା ଉପରେ ରହି,ଦୁଇ ଚକିଆ ହେଉ କି ଚାରି ଚାକିଆହେଉ,ରାସ୍ତାରେ ଗାଡ଼ି ଚଳାଇବା ସମୟରେ, ଯାନ ଗୁଡ଼ିକ ସହ ପ୍ରତିଯୋଗିତା ନ କରିବା,ଅଠର ବର୍ଷ ରୁ କମ ପିଲାମାନଙ୍କୁ ଯାନ ବାହାନ ଚଳାଇ ବାକୁ ନ ଦେବା,ଦୁଇ ଚକିଆ ଯାନ ରେ ହେଲମେଟ ପିନ୍ଧିବା,ରାସ୍ତାର ବାମ ପାର୍ଶ୍ଵରେ ଚାଲିବା,ଚାରିଚକିଆ ଯାନ ରେ ସିଟି ବେଲ୍ଟ ବାନ୍ଧିବା,ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକ ଠାରୁ ଯୋରୀମାନା ଆଦାୟ ସହ, ଲାଇସେନ୍ସ ନିଲମ୍ବନ କରିବା,ଚଳନ୍ତା ଗାଡ଼ିରେ ନ ଚଢ଼ିବା ସହ ନ ଓହ୍ଲାଇବା ଆଦି ଉପରେ ଚଳା ଚଳ କରୁଥିବା ଗାଡ଼ି ମାନଙ୍କୁ ଅଟକାଇ ଗାଡ଼ିର ଚାଳକ ମାନଙ୍କୁ ସଚେତନ କରିବା ସହ,ଲିଖିତ ତଥ୍ୟ ଭିତ୍ତିକ ଗୁରୁତ୍ଵ ପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ଆଉ ମଧ୍ୟ ଗାଡ଼ି ଗୁଡ଼ିକର ନମ୍ୱର୍ ପ୍ଲେଟ ଠିକ୍ ଭାବେ ଲେଖାଯାଇ ନ ଥିଲେ,କିମ୍ବା ନମ୍ୱର୍ ପ୍ଲେଟ ଦେଖିବାର ଅସୁବିଧା ହେଲେ,ଆଇନ ଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା । ନିୟମ ଯଦି କେହି ଉଲଂଘନ କରନ୍ତି ତାହାଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେବୋଲି,ଜିଲ୍ଲା ପାଳ ପୁରୀ,ଆରକ୍ଷୀ ଅଧିକ୍ଷକ ପୁରୀ,ଓ ଆଞ୍ଚଳିକ ପରିବହନ ଅଧିକାରୀ ପୁରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ଜଣା ପଡି ଅଛି ।