Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଳିଥି ଗାଁ ପଞ୍ଚାୟତ ରେ ଅନୁଷ୍ଠିତ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରୂପାନ୍ତରିତ କାର୍ଯ୍ୟକ୍ରମରେ ଯୋଗ ଦେଲେନି ସରପଞ୍ଚ।

ଗୋପାଳପୁର,୨୩/୦୧ ସାରା ରାଜ୍ୟରେ ବିଭିନ୍ନ ପଞ୍ଚାୟତ ରେ ଜାରି ରହିଥିବା ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ନିଜ ପଞ୍ଚାୟତରେ ନିଜେ ସରପଞ୍ଚ ଓ ସମିତି ସଭ୍ୟ ଅନୁପସ୍ଥିତ ରହିବା ଆଲୋଚନା ର ବିଷୟ ପାଲଟିଛି।ଏପରି ସ୍ଥିତି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳଥିଗାଁ ପଞ୍ଚାୟତ ରେ ଦେଖିବାକୁ ମିଳିଛି। ସରପଞ୍ଚ ଜଗମୋହନ ପାତ୍ର ଙ୍କ ଅଭିଯୋଗ ମୁତାବକ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଥିଲା, କିନ୍ତୁ ଏହି ଅନୁଦାନ କୁ ଖର୍ଚ୍ଚ କରିବା ପାଇଁ କୌଣସି ପଲ୍ଲୀସଭା ର ଆୟୋଜନ କରା ଗଲା ନାହିଁଁ କି ସରପଞ୍ଚ କିମ୍ବା ଜନପ୍ରତିନିଧି ଙ୍କ ମତ କୁ ଗୁରୁତ୍ବ ଦିଆ ଗଲା ନାହିଁଁ।ସେହି ସମୟରେ କେବଳ ଶାସକ ଦଳର କିଛି ହାତ ଗଣତି ନେତାଙ୍କ ମତ ନିଆଯାଇ ସେମାନଙ୍କୁ ହିଁ ଉକ୍ତ ପାଣ୍ଠି ବିନିଯୋଗ ନିମନ୍ତେ କାର୍ଯ୍ୟାଦେଶ ଦିଆ ଯାଇଥିଲା। ଏହାକୁ ସେହି ସମୟରେ ବିରୋଧ କରା ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇନଥିଲେ। ଅନ୍ୟ ପଟେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପଞ୍ଚାୟତ ବାସୀଙ୍କ ନିକଟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ସଫଳତା କୁ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ରାଜ୍ୟ ସରକାରଙ୍କ ଆଦେଶକୁ ସମ୍ମାନ ଜଣାଇ ସେ ସମସ୍ତ ପ୍ରସ୍ତୁତି କରିଥିଲେ ମଧ୍ୟ ଏହାକୁ ବିରୋଧ କରି ସେ ଏଥିରେ ସାମିଲ ରହିଲେ ନାହିଁ ବୋଲି ମତପୋଷଣ କରିଛନ୍ତି। ଅନ୍ୟ ପଟେ ଆଜି ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ ଙ୍କ ଅଧ୍ୟକ୍ଷତାରେ କୋଳଥିଗାଁ ଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଅବଗତ କରାଇବା ସହ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କ ନିମନ୍ତେ ନିଆଁ ଯାଇଥିବା ବିଭିନ୍ନ ଯୋଜନା ନେଇ ଅବଗତ କରାଇବା ସହ ସେଗୁଡ଼ିକ ର ଲାଭ ନେବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ , ଜିଲ୍ଲା ପରିଷଦ ସଭ୍ୟ ତପୋଇ ଦାସ ଓ ସମେତ ଅନ୍ୟ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories