Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ପରାକ୍ରମ ଦିବସ ପାଳିତ।

ଗୋପାଳପୁର,୨୩/୦୧ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଥିବା ଗୋପାଳପୁର ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ପରାକ୍ରମ ଦିବସ ପାଳିତ ହୋଇଯାଇଛି।ଏହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଚାର୍ଯ୍ୟ ବିରଞ୍ଚି ନାରାୟଣ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୃର୍ବକ ବିଦ୍ୟାର୍ଥୀ ମାନଙ୍କୁ ନେତାଜୀ ଙ୍କ ଜୀବନ ରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲା। ଶିକ୍ଷୟତ୍ରୀ ବବିତା ଆର ଓ ସୁଖ କୁମାରୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଚତୁର୍ଥ ଶ୍ରେଣୀର ଛାତ୍ର ବଦ୍ରିନାଥ ବେହେରା,ସୁବାଷ ବୋଷଙ୍କ ଭୂମିକାରେ ଅଭିନୟ କରି ତାଙ୍କ ଜୀବନୀ ଓ ଅବଦାନ କୁ ଆଲୋକପାତ କରିଥିଲେ। ବିଦ୍ୟାର୍ଥୀ ସାଗର କୁମାର ଦାସ ଓ ରଦ୍ଧିମା କୁମାରୀ ସ୍ବାଧୀନତା ସଂଗ୍ରାମ ରେ ନେତାଜୀଙ୍କ ସଂଘର୍ଷ ଓ ବଳିଦାନ କୁ ବକ୍ତୃତା ମାଧ୍ୟମରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories