Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁହାଝର ପଞ୍ଚାୟତରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର,୨୩/୧ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲୁହାଝର ପଞ୍ଚାୟତରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସମିତିସଭ୍ୟା ପ୍ରତିନିଧି ତଥା ବ୍ଲକ ବିଜେଡ଼ି ଯୁବ ସଭାପତି ବିନୋଦ ମହାଙ୍କୁଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଥିବାରୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଦଳକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧକ୍ଷା ସି. ଏଚ ଉଷାରାଣୀ,ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼,ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଦୀପକ ସାମନ୍ତ, ଅଜିତ ଦାଶ, ଏସ. ଧର୍ମରାଜ ରେଡି, ଅଜିତ ରାଉଳ, ଏ. ଜାନକୀ ରାମ, ରାମହରି ପାତ୍ର, ସିଡିପିଓ ଜୋଛନା ପାଢ଼ୀ, ପିଇଓ ସୁଧୀର ପାଣିଗ୍ରାହୀଙ୍କ ସମେତ ଅଙ୍ଗନବାଡି, ଆଶାକର୍ମୀ, ୱାର୍ଡ ସଭ୍ୟ, ସଭ୍ୟା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ ପଂଚାୟତର ଭିତ୍ତିଭୂମି ବିକାଶର ପୁସ୍ତିକା ଉନ୍ମୋଚନ ହୋଇଥିଲା l ତାହାସହ ମହିଳା ସଂଘ ଦ୍ୱାରା ପ୍ରସ୍ତୁତି ସାମଗ୍ରୀ ପଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories