Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଓଡିଶା ବରିଷ୍ଠ କଳାକାର ସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଦ୍ୱାରା ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି:୨୫/୧(ଗରୁଡ଼ ଧ୍ୱଜ ଚୌଧୁରୀ) କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ‘ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ’ ତରଫରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ବୁଡାରସିଂ ଗ୍ରାମସ୍ଥ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସାଂସ୍କୃତିକ ସଭାରେ ସାଙ୍ଗଠନିକ ଦକ୍ଷତା ଏବଂ କଳା କ୍ଷେତ୍ରରେ ସାମଗ୍ରୀକ କ୍ରୁତିତ୍ବ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ତେଲୁଗୁ ଚଳଚିତ୍ର ଅଭିନେତା ତଥା ରାଜ୍ୟ ଉପ-ସଭାପତି ଡଃ.କୁମାର ନାୟକ, ଅବସରପ୍ରାପ୍ତ ଡେପୁଟି ଆରକ୍ଷୀ ଅଧିକ୍ଷକ ଏସ୍. ପ୍ରସାଦ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସମାଜସେବୀ ଭେଙ୍କଟ ରାଓ, ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ, ସ୍ବର ବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ସମାଜସେବୀ କୁରା ଗୌଡ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶ ସଂସ୍କୃତିକୁ ପରିପୁଷ୍ଟ କରିବା କ୍ଷେତ୍ରରେ ଆନ୍ଧ୍ର ବାସୀ ଓଡ଼ିଆଙ୍କ ସାଂସ୍କୃତିକଧାରା ବିଶେଷ ସହାୟତା କରୁଥିବା ପରିଦ୍ରୁଷ୍ଟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାସଚିବ ରୋଶନ୍ ଙ୍କ ସମେତ ଏସ୍. ପ୍ରସାଦ, ଭେଙ୍କଟ ରାଓ, ଜଳନ୍ଧର ସାହୁ, ଖଗେଶ୍ବର ଗୌଡ, ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା।ମହାସଂଘ ସଂପାଦକ ସୁରେଶ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାସଂଘ ପକ୍ଷରୁ ଦିନତମାମ ନାମ ସଂକୀର୍ତ୍ତନ, ଆଧ୍ଯାତ୍ମିକ ପ୍ରବଚନ, ଭକ୍ତି ସଙ୍ଗୀତ ଆସର ଇତ୍ୟାଦି ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବଶ୍ରୀ ଈଶ୍ବର ପାତ୍ର, ଗଣେଶ ନେପାକ, ମୂରଲୀ ମୋହନ ମହାପାତ୍ର, ନଲ୍ଗାଲି ନାଗେଶ୍ବର ରାଓ, ଏ. ମହେଶ ରେଡ୍ଡି, ଚିନ୍ତାଡା ଶ୍ରୀନିବାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ