Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ର ଲୋକକଳା ଓ ସଂସ୍କୃତି କୁ ବିଶ୍ଵ ଦରବାରରେ ପରିଚିତ କରାଇବା ହେଉଛି ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ।ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହୋତ୍ସବ ଉଦଘାଟିତ

ଗୋପାଳପୁର,୨୫/୦୧
ଆଜି ସନ୍ଧ୍ୟାରେ ଗୋପାଳପୁର ର ସ୍ଵର୍ଣ୍ଣମ ବେଳାଭୂମି ରେ ୪ ଦିନ ଧରି ପାଳନ ହେବାକୁ ଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ର ଶୁଭାରମ୍ଭ ହୋଇଥିଲା।ଆଜି ଅନୁଷ୍ଠିତ ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଯୋଗଦେଇ ମହୋତ୍ସବ କୁ ଉଦଘାଟନ କରିବା ସହ ଗଞ୍ଜାମ ବାସୀ ମହୋତ୍ସବ କୁ ଉପଭୋଗ କରିବାକୁ ମତବ୍ୟକ୍ତ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ସେହିପରି ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା, ବିଧାୟକ ସୁବାସ ବେହେରା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ଏସ ରାଜେଶ୍ଵରି ଦୋରା,ଡେପୁଟି ମେୟର ଇ ବିବେକ ରେଡ୍ଡୀ, ଗୋପାଳପୁର ଏନ୍ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସି ଏଚ୍ ଉଷାରାଣୀ, ଉପାଧ୍ୟକ୍ଷ ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ, ଏସପି ବ୍ରହ୍ମପୁର ଡ଼ା ଶ୍ରବଣ ବିବେକ ଏମ, ଉପ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣୀ ସି, ବନଖଣ୍ଡ ଅଧିକାରୀ ସନି ଖୋଖର, ଗୋପାଳପୁର ଏନ୍ ଏ ସି ର ସମସ୍ତ କାଉନସିଲର ଯୋଗଦେଇ ମଞ୍ଚାସିନ ଥିଲେ। ଓଡ଼ିଶାର ପ୍ରାଚୀନ ବନ୍ଦର ଗୋପାଳପୁର ର ଐତିହ କୁ ମାନେ ପକାଇ ଏହି ମହୋତ୍ସବ ପ୍ରତିବର୍ଷ ଆୟୋଜନ ହୋଇଥାଏ। ସେହିପରି ମହୋତ୍ସବ କୁ ଉପଭୋଗ କରିବା ସହ ବେଳାଭୂମିକୁ ସ୍ୱଚ୍ଛ ରଖିବାକୁ ମତ ଦେବା ସହ ଗଞ୍ଜାମ ର ଲୋକକଳା ଓ ସଂସ୍କୃତି କୁ ବିଶ୍ଵ ଦରବାରରେ ପରିଚିତ କରାଇବା ହେଉଛି ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତପୋଷଣ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ମହୋତ୍ସବ ଆୟୋଜନ ନିମନ୍ତେ ସମ୍ମତି ଦେଇଥିବାରୁ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାର ର କଳାକାରମାନେ ସାମିଲ ରହି ନିଜର ନୃତ୍ୟ ପରିବେଷିତ କରି ଲୋକଙ୍କ ମନ ମୋହି ପାରିଥିଲେ।ଏହି କ୍ରମରେ ବ୍ରହ୍ମପୁର ସ୍ଥିତ ଦିପ୍ୟାନା ମ୍ୟାଜିକ ଏକାଡେମୀ ପକ୍ଷରୁ ସ‌୍ବାଗତ ସଂଗୀତ ପରିବେଷଣ କରା ଯାଇଥିଲା।ଏହା ସହ ଟାଙ୍ଗାଣାପଲ୍ଲୀ ର ଗାୟତ୍ରୀ ଯୁଗଳ ଶଙ୍ଖ ଧ୍ୱନି ପକ୍ଷରୁ ଯୋଡ଼ି ଶଙ୍ଖ ପରିବେଷଣ, ନୂପୁର ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଭଞ୍ଜନଗର ସ୍ଥିତ ପ୍ରଜ୍ଞା ସଙ୍ଗୀତ ଓ ନୃତ୍ୟାୟନ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ, ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ କଳାକେନ୍ଦ୍ର ପକ୍ଷରୁ ବିହୁ ନୃତ୍ୟ, ଛତ୍ରପୁର ସ୍ଥିତ କିଲର ବିଟସ ନୃତ୍ୟ ଏକାଡେମି ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ,ଟାଟା କଲୋନୀ ସ୍ଥିତ ଏମ ଜେ ଭାଇରସ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଆଧୁନିକ ନୃତ୍ୟ, ଆଙ୍କୁଲି ସ୍ଥିତ ଷ୍ଟାର ଆଇକନ ଏକାଡେ଼ମୀ ପକ୍ଷରୁ ଫେସନ ସୋ, ଖୋର୍ଦ୍ଧା କୁହୁଡି ସ୍ଥିତ ମାଁ ମଙ୍ଗଳା ପାଇକ ଆଖଡ଼ା ପକ୍ଷରୁ ପାଇକ ଆଖଡ଼ା ନୃତ୍ୟ , କୋରାପୁଟ ସ୍ଥିତ କୋଟପାଡ଼ କଳା ବିକାଶ କେନ୍ଦ୍ର ର‌ କଳାକାରମାନଙ୍କ ପକ୍ଷରୁ ଢେମସା ନୃତ୍ୟ ଦର୍ଶକଙ୍କ ମନ ମୋହି ପାରିଥିଲା।ଏହା ସହ ଭୁବନେଶ୍ଵର ର ଏକାଗ୍ରତା ଅନୁଷ୍ଠାନ ପକ୍ଷରୁ ଗୋଟି ପୁଅ ନୃତ୍ୟ ପରିବେଷଣ କରା ଯାଇଥିଲା।ପ୍ରଥମ ଦିନ ସହ କୋହଲା ପାଗ ରହିଥିବାରୁ ଗୋପାଳପୁର ରେ ମାଡ଼ କମ୍ ରହିଥିବା ଦେଖିବାକୁ ମିଳିଥିଲା।ଏହା ସହ ମୀନା ବଜାର, ପଲ୍ଲୀଶ୍ରୀ ମେଳା ରେ ଲୋକଙ୍କ ଭିଡ଼ ଜମିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories