Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବୁଲିବାକୁ ଆସିଥିବା ପର୍ଯ୍ୟଟକ ଙ୍କ ଠାରୁ ଡକାୟତି ଉଦ୍ୟମ ମାମଲା।ସମ୍ପୃକ୍ତ ୩ ଡକାୟତ ଗିରଫ, ବ୍ୟବହୃତ କାର ଜବତ

ଗୋପାଳପୁର ୨୫/୧
ଗୋପାଳପୁର ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ଙ୍କୁ ଖଣ୍ଡା ଦେଖାଇ ଧମକ ଦେବା ସହ ଡକାୟତି ଯୋଜନା କରିବାକୁ ଉଦ୍ୟମ କରିଥିବା ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ସୁନୀଲ ସେଠୀ, ସୁମନ କୁମାର ଗୌଡ, ଓ ଅନ୍ୟ ଜଣେ ଅଡବା ଥାନା ଅନ୍ତର୍ଗତ ଅନ୍ତରାବାସ ଗ୍ରାମର ସନ୍ତ ମାଳି ବୋଲି ପୋଲିସ୍ କହିଛି । ସୂଚନା ଯେ ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁରର ରହୁଥିବା କଳାହାଣ୍ଡିର ଆରୀୟନ ପଟ୍ଟନାୟକ ଗୋପାଳପୁର ବୁଲି ଆସିଥିଲେ । ବୁଲାବୁଲି କରିବା ସମୟରେ ବେଳାଭୂମି ନିକଟସ୍ଥ ହରିପୁର ବ୍ରିଜ ନିକଟରେ ହଠାତ ୩ ଦୁର୍ବୃତ୍ତ ଏକ କାର( ଡବ୍ଲୁ ବି ୦୬ ଏଚ୍ ୧୨୯୯) ଯୋଗେ ତାଙ୍କ ନିକଟରେ ପହଞ୍ଚି ଖଣ୍ଡା ଦେଖାଇ ଧମକ ଦେଇ ପଇସା ମାଗିଥିଲେ ।ଏହି ସମୟରେ ହଠାତ ପୁଲିସ ଗାଡି ଆସିବା ଦେଖି ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆରୟାନ ସହ କଥାବାର୍ତ୍ତା ହେବା ପରେ ଆରୟାନ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।
ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୪/୨୩ ରେ ଛକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଘଟଣାର ମାତ୍ରା ୬ ଘଣ୍ଟା ମଧ୍ୟରେ ପୁଲିସ ସମ୍ପୃକ୍ତ ୩ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।ଗିରଫ ଅଭିଯୁକ୍ତ ମାନଙ୍କ‌‌ ଠାରୁ ବ୍ୟବହାର କରିଥିବା କାର୍ , ଗୋଟିଏ ଖଣ୍ଡା, ୩ଟି ମୋବାଇଲ, ୪୫୪୦ ଟଙ୍କା ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ପୋଲିସ କହିଛି। ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories