Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଡିଗ୍ରୀ କଲେଜରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ

ଝାରସୁଗୁଡା ୨୫/୧ (ଓଡ଼ିଶା.ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ସର୍ବ ପ୍ରଥମେ ନିମନ୍ତ୍ରୀତ ଅତିଥି ବୃନ୍ଦ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ସଦସ୍ୟ କ୍ଷମା ସାଗର ଭୋଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିମା ଯୁକ୍ତଦୁଇ କଲେଜର ଅଧ୍ୟାପିକା ତନୟା ଗରୁଡ଼, କୁମ୍ଭାରବନ୍ଧ କଲେଜର ଓଡ଼ିଆ ଅଧ୍ୟାପିକା ସୁନିତା ବାରିକ, ବଡ଼ଧରା ହାଇସ୍କୁଲର ସଂସ୍କୃତ ଶିକ୍ଷକ ଡ.ବାଞ୍ଛାନିଧି ଖମାରୀ,ପଣ୍ଡରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଗଣେଷରାମ ମେହେର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁ, ମହିମା ଡିଗ୍ରୀ କଲେଜର ଇଂରାଜୀଅଧ୍ୟାପିକା ଡ. ନମିତାଲକ୍ଷ୍ମୀ ଜଗଦେବ,ଜିଲ୍ଲା କଳା ସଂସ୍କୃତି ପରିଷଦ ଉପ ସଭାପତି ସୁରଙ୍ଗ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଶେଷରେ ଶିକ୍ଷା ଅଧ୍ୟାପକ ସୁବ୍ରତ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଇତିହାସ ଅଧ୍ୟାପିକା ସଂଯୁକ୍ତା ସାଙ୍ଗା, ଖେଳ ଅଧ୍ୟାପକ ନାରାୟଣ ସା, ଡେମୋନଷ୍ଟ୍ରେଟର ଅଞ୍ଜଳୀ ପାତ୍ର, ଲାଇବ୍ରେରିଏନ ଘନଶ୍ୟାମ ସା, ମୀନକେତନ ପଧାନ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ