Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ କୌଶଳ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ସମୁଦାୟ ୧୧୪ ଜଣ ପ୍ରଥମ ବର୍ଷ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏହି ଶିବିର ଅଧ୍ୟକ୍ଷା ସୁଶ୍ରୀ ସ୍ଵପ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସୁମନ୍ତ କୁମାର ମିଶ୍ର, ନାରାୟଣ ନାୟକ, ମାଧବୀ କର୍ମୀ ଓ ଚୁମକି ନାୟକ ନାୟକ ଉପସ୍ଥିତ ଥିଲେ। ଶିବିର ର ତୃତୀୟ ଦିନରେ ନୋଡାଲ ଅଫିସର ଭାବେ ବିଜୁ ପଟ୍ଟନାୟକ ମହିଳା ବିଦ୍ୟାଳୟ ର ଅଧ୍ୟାପକ ମଧୁସୂଦନ ପୁଝାରୀ ଙ୍କ ଉପସ୍ଥିତିରେ ତାଲିମ୍ ପ୍ରଦାନ କରାଯାଇଥିଲା। ତାଲିମ୍ ଶିକ୍ଷକ ଅଙ୍କିତା କୁଅଁର ଓ ଶୁଭଶ୍ରୀ ଦାସ ଙ୍କ ଉପସ୍ଥିତିରେ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ବେଳେ କଲେଜର ଶ୍ରବଣ କୁମାର ମିଶ୍ର, ସୁରୁବାବୁ ସେଠି ଓ ପିଣ୍ଟୁ ମେହେର ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ