Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉପଖଣ୍ଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରୀ ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ରେ 75 ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ସଂଘ ଉପସଭାପତି ସୌମିତ୍ରି ମେହେର ଜାତିୟପତାକା ଉତ୍ତୋଳନ କରିଥିଲେ l ସେହିପରି ବୀରମହାରାଜପୁର ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ରାଧାକାନ୍ତ ମହାକୁର , ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ , ବାଗବର ପଞ୍ଚାୟତ ରେ ସରପଞ୍ଚ ନିରୁପମା ବଗର୍ତ୍ତୀ , ଉଫୁଳା ପଞ୍ଚାୟତ ରେ ଶ୍ରିୟା କର୍ମୀ , ମୁର୍ଷୁଣ୍ଢି ରେ ଗଜଲଷ୍ମୀ ପୂଜା କମିଟି ସଭାପତି ଲବ କୁମାର ସାହୁ , ବୀରମହାରାଜପୁର ବାଳକ ହାଇସ୍କୁଲ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ଙ୍କ ସହିତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ଦିବସ ପାଳିତ ହୋଇଯାଇଛି I ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l