Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା,ଶିଳ୍ପା ରାଓ ଓ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଝୂମିଲେ ଦର୍ଶକ।

ଗୋପାଳପୁର,୨୭/୦୮
ଗୋପାଳପୁର ବେଳାଭୂମି ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ଲୋକକଳା ନୃତ୍ୟ ସମେତ ଓଡ଼ିଆ ଓ ହିନ୍ଦୀ ଜଗତର ଗାୟିକା ଙ୍କ ଗୀତରେ ଦର୍ଶକ ମାନେ ଝୁମିବା ଦେଖା ଦେଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାରେ ବ୍ରହ୍ମପୁରର ଆରାଧ୍ୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ସହ ଗୁରୁ କେଳୁ ଚରଣ କଳା ତୀର୍ଥ କଳାକେନ୍ଦ୍ର, ନାଟରାଜ ଡ୍ୟାନ୍ସ ଗ୍ରୁପ, ନୃତ୍ୟନସି ଏକାଡେମୀ, ଲିଷମ ଡ୍ୟାନ୍ସ ସ୍ତୁଡ଼ିଓ, ମିନା କଲଚୁରାଲ ଆର୍ଟିଷ୍ଟ, ଓଡିଶୀ ନୃତ୍ୟାୟନ, ଟ୍ୱିଙ୍କେଲ ଫେସନ ଏକାଡେମୀ, ରୋକଷ୍ଟାର ଡ୍ୟାନ୍ସ ଏକାଡେମୀ, ସଂସ୍କୃତି ଭବନମ, ବ୍ରହ୍ମପୁର ସ୍କେଟିଂ ଏକାଡେମୀ, କୋରାପୁଟର ଢେମସା, ପୁରୀର ସାହି ଯାତ୍ରା ମେଢ଼ ନାଚ, ବଲାଙ୍ଗୀରର ଜୟ ମା ଦୁର୍ଗା କଳା ପରିଷଦର ଘୁଡକୀ ନୃତ୍ୟ, କଟକ ଚୌଦାର ସଂଗୀତ କଳା ସଂସଦ ପକ୍ଷରୁ ଘୋଡା ନାଚ ଆଦି ପରିବେଷଣ କରାଯାଇଥିଲା l ତତପରେ ବିଶିଷ୍ଟ କଣ୍ଠଶିଳ୍ପୀ ଶିଳ୍ପା ରାଓ ତାଙ୍କ କଣ୍ଠର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିଲେ l ସେହିଭଳି ଓଡ଼ିଆ ଗାୟିକା ପ୍ରଜ୍ଞା ହୋତାଙ୍କ ଗୀତରେ ମଧ୍ୟ ଦର୍ଶକ ମାନେ ନାଚି ଉଠିଥିଲେ। ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ବଲିଉଡ଼ ସେନସେସନ ସଚିତ-ପରମ୍ପରାଙ୍କ କଣ୍ଠର ଯାଦୁରେ ଦର୍ଶକ ଝୁମିଛନ୍ତି। ଭଳିକି ଭଳି ହିନ୍ଦି ଗୀତ ସହିତ ରାମ ସୀତା ରାମ’ ଗୀତ ସମସ୍ତଙ୍କୁ ମତୁଆଲା କରିଥିଲା। କଣ୍ଠଶିଳ୍ପୀ ସ୍ଵୟଂପ୍ରକାଶ ଓ ଦିପ୍ତିରେଖାଙ୍କ ଦ୍ବାରା ପରିବେଷିତ ଓଡ଼ିଆ ଗୀତ ଶୀତୁଆ ସନ୍ଧ୍ୟାକୁ ଉତ୍ସବମୁଖର କରିଥିଲା। ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ବିଭିନ୍ନ ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପର ଦମଦାର ନୃତ୍ୟ ସମସ୍ତଙ୍କୁ ଦେଶଭକ୍ତିରେ ବାନ୍ଧି ରଖିଥିଲା। ପରେ ଆୟୋଜିତ ସଭାରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିଥିଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories