Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ପାଳନ

ଝାରସୁଗୁଡା ୨୭/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ସ୍ଥିତ ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ୭୫ତମ ସାଧାରଣତନ୍ତ୍ର ଦିବସ ଓ ବିଦ୍ୟାଳୟର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ସରସ୍ବତୀ ବନ୍ଦନା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରା ଯାଇଥିଲା । ଶିଶୁ ଭଉଣୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ । ପଞ୍ଚମ ଶ୍ରେଣୀର ଭଉଣୀ ସୁଶ୍ରୀ ମୋନାଲିସା ଭୂଏ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସୁବର୍ଣ୍ଣ ମଞ୍ଜରୀ ପ୍ରଧାନ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଶିଶୁବିଦ୍ୟା ମନ୍ଦିର ସଭାପତି ନରୋତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଜଣେ ସାଧାରଣ ମହିଳା ରାଷ୍ଟ୍ରପତି ପଦବୀରେ କିପରି ଅଳଙ୍କୃତ ହୋଇ ପାରିଛନ୍ତି ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ଶାରୀରିକ ପ୍ରଦର୍ଶନ, ବକ୍ତୃତା ଓ ଦେଶଭକ୍ତି ନୃତ୍ୟ ପରିବେଷଣ କରା ଯାଇଥିଲା । ଆଚାର୍ଯ୍ୟା ଭାଗ୍ୟସିନୀ ସନ୍ୟାସୀଙ୍କ ତତ୍ତ୍ୱାବଧାନରେ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ୮ମ ଶ୍ରେଣୀର ଦୋଳ ଗୋବିନ୍ଦ ପଶାୟତ, ୭ମ ଶ୍ରେଣୀର ବିଷ୍ଣୁଦେବ ବିସର, ୬ଷ୍ଠ ଶ୍ରେଣୀର ସୁଶ୍ରୀ ସ୍ନେହାରାଣୀ ବିଶ୍ୱାଳ ଓ ପ୍ରିୟଦର୍ଶନୀ ବାରିକ, ୫ମ ଶ୍ରେଣୀର ସୁଶ୍ରୀ ସନ୍ଧ୍ୟାରାଣୀ କିସାନଙ୍କୁ ସର୍ବଶ୍ରେଷ୍ଠ ଖେଳାଳୀ ଏବଂ ୬ଷ୍ଠ ଶ୍ରେଣୀ ସୁଶ୍ରୀ ସ୍ନେହାରାଣୀ ବିଶ୍ବାଳଙ୍କୁ ଚଳିତ ଶିକ୍ଷା ବର୍ଷର ଶ୍ରେଷ୍ଠ କ୍ରୀଡାବିତ ଭାବରେ ପୁରସ୍କୃତ କରା ଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ରାଜକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆଚାର୍ଯ୍ୟା ସୁସ୍ମିତା ସାହୁ, ଲଳିତା ବିଶ୍ବାଳ,ଆଚାର୍ଯ୍ୟ ନିତ୍ୟାନନ୍ଦ ବେନିଆ, ଜନନୀ ଗର୍ଡିଆ, ଶାନ୍ତିଲତା ସାହୁ, ପ୍ରଦୀପ କୁମାର ଖମାରୀ,କ୍ରୀଷ୍ଣା ସରାଫ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ରାଧାକାନ୍ତ ପାଣିଗ୍ରାହୀ, ଆଶାରାମ ସାହୁ, ମନୋଜ ପ୍ରଧାନ, ନାରାୟଣ ଖମାରୀ, ଚେମାକାନ୍ତ ପ୍ରଧାନ, ଗୁରୁଜୀ ରାଜେଶ ଚନ୍ଦ୍ର ବେହେରା, ଗୁରୁମା ସଂଯୁକ୍ତା ଖମାରୀ, ବୀଣାପାଣି ଧୁରୁଆ, ସୁବାସିନୀ ଅଢା, ଉଷାବତୀ ବିଶ୍ଵାଳ, ହେମନ୍ତ୍ରୀ ରଣା, ଝରଣା ସାହୁ, ସେବକ ରଘୁମଣି ଭୋଇ ଓ ସେବିକା ସରୋଜିନୀ ବିଶ୍ଵାଳ ଓ ମାତୃ ଭାରତୀର ସମସ୍ତ ମାଆ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ