Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର, ମହାମେଣ୍ଟକୁ ଶକ୍ତ ଧକ୍କା

ପାଟନା: ସକାଳେ ଇସ୍ତଫା ଆଉ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ। ଏହା କେବଳ ବିହାର ପରି ରାଜ୍ୟରେ ସମ୍ଭବ ହୋଇ ପାରିଛି। ଜେଡିୟୁ ନେତା ନୀତୀଶ କୁମାର ବିହାରରେ ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏନଡିଏରେ ସାମିଲ୍ ହୋଇ ବିଜେପି ସହ ମିଶି ସରକାର ଗଢିଛନ୍ତି। ତାଙ୍କ ସହ ବିଜେପି ନେତା ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟପାଳ ରାଜେନ୍ଦ୍ର ଆକଲେକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ଏମିତି ପଦକ୍ଷେପରେ ଇଣ୍ଡିଆ ମହାମେଣ୍ଟକୁ ଶକ୍ତ ଧକ୍କା ଲାଗିଛି।

ସମ୍ରାଟ ଚୌଧୁରୀ ବିହାର ରାଜ୍ୟ ବିଜେପିର ସଭାପତି। ଗତ ଏକ ବର୍ଷ ହେବ ସେ ନୀତୀଶ କୁମାରଙ୍କ ବିରୋଧରେ ସ୍ଵର ଶାଣିତ କରି ଆସିଥିଲେ। ଏବେ ତାଙ୍କୁ ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଦୟିତ୍ଵ ଦିଆଯାଇଛି। ବିରୋଧୀ ଦଳ ନେତା ଥିବା ତଥା ପୂର୍ବତନ ବାଚସ୍ପତି ବିଜୟ ସିହ୍ନାଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ କରାଯାଇଛି।  ଚତୁର୍ଥ ନମ୍ବରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ତଥା ଜେଡିୟୁ ନେତା ବିଜୟ ଚୌଧୁରୀ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ମହାମେଣ୍ଟ ସରକାରରେ ସେ ଅର୍ଥମନ୍ତ୍ରୀ ଥିଲେ।

ତାଙ୍କ ପରେ  ଜେଡିୟୁର ବରିଷ୍ଠ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି। ଏହା ପରେ ବିଜେପି ନେତା ପ୍ରେମ କୁମାର, ସପ୍ତମ ନମ୍ବରରେ ଜେଡିୟୁ ବିଧାୟକ ଶ୍ରବଣ କୁମାର ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀଙ୍କ ପୁଅ ତଥା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ସୁମନ  ମଧ୍ୟ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ