Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲକ୍ଷାଧିକ ବ୍ୟୟରେ ନିର୍ମିତ ଆଇ ଲଭ ଗୋପାଳପୁର ସେଲଫି ପଏଣ୍ଟ ଅନ୍ଧାର ରେ।

ଗୋପାଳପୁର ସହରକୁ ଅଧିକ ଆକର୍ଷଣୀୟ ତଥା ପର୍ଯ୍ୟଟକ ଙ୍କୁ ମନୋରଞ୍ଜନ ନିମନ୍ତେ ଲକ୍ଷାଧିକ ବ୍ୟୟରେ ଦୁଇଟି ସ୍ଥାନରେ ନିର୍ମିତ ହୋଇଥିବା ସେଲଫି ପଏଣ୍ଟ ଗୁଡ଼ିକ ଅନ୍ଧାର ରେ ରହିଥିବା ଦେଖିବାକୁ ମିଳିଛି।ଗତ ୩ ବର୍ଷ ମଧ୍ୟରେ ଗୋପାଳପୁର ପ୍ରବେଶ ପଥର ଷଣ୍ଢ ଛକ ଏବଂ ବସଷ୍ଟାଣ୍ଡ ଛକ ଠାରେ ପ୍ରାୟ ୧୫ ଲକ୍ଷ ଟଙ୍କା ବିନିମୟରେ ଦୁଇଟି ଅତି ସୁନ୍ଦର ସେଲଫି ପଏଣ୍ଟ ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଦୁଇଟି ସେଲଫି ପଏଣ୍ଟର ଆଲୁଅ ଜଳୁନଥିବାରୁ ଏହା ଆକର୍ଷଣ ହରାଇ ବସିଛି।ଏଥି ସହ ବେଳାଭୂମି କୁ ସଂଯୋଗ କରୁଥିବା ଭି ଆଇ ପି ରୋଗରେ ତିନୋଟି ସ୍ଥାନ ରେ ପ୍ରାୟ ୫ ଲକ୍ଷ ଟଙ୍କା ବିନିମୟରେ ପ୍ରତିକୃତି ନିର୍ମାଣ କରାଯାଇଥିଲେ ମଧ୍ୟ ସେଠାରେ ମଧ୍ୟ ଉଜ୍ବଳ ଆଲୋକ ବ୍ୟବସ୍ଥା ନଥିବା ସହ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।୨୦୨୦ ରେ ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ଗୋଟିଏ ସେଲଫି ପଏଣ୍ଟ ସହ କଳାକୃତି ମାନ ନିର୍ମାଣ କରାଯାଇଥିଲା।ଏହା ପରେ ଗତ ଡିସେମ୍ବର ମାସରେ ବେଳାଭୂମି ମହୋତ୍ସବ ପୂର୍ବରୁ ବସଷ୍ଟାଣ୍ଡ ସନ୍ନିକଟ ଛକରେ ପୁଣି ଥରେ ପ୍ରାୟ ୭ ଲକ୍ଷ ଟଙ୍କା ବିନିମୟରେ ମୋ ଗୋପାଳପୁର ସେଲଫି ପଏଣ୍ଟ ର ନିର୍ମାଣ କରାଯାଇଥିଲା। କିନ୍ତୁ ଏନ ଏ ସି ପକ୍ଷରୁ ଏହାର ଉଚିତ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଗୁଡ଼ିକ ନିଜର ଆକର୍ଷଣ ହରାଇବା ସହ ସନ୍ଧ୍ୟା ପରେ ଅନ୍ଧାର ରହୁଥିବା ରୁ ପର୍ଯ୍ୟଟକ ନିରାଶ ହେଉଥିବା ଦେଖିବାକୁ ମିଳିଛି। ଏଣୁ ଏନ ଏ ସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କରାଯାଇଥିବା କଳାକୃତି ସହ ସେଲଫି ପଏଣ୍ଟ ଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ସାଧାରଣ ରେ ଦାବି ହେଉଛି।