Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଉଫୁଲା ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ରେ ରବିବାର ବିଳମ୍ବିତ ରାତିରେ ପିଟି ହୋଇ ଦୁଇ ବାଇକ ଆରୋହି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ସୁବଳୟା ଥାନା କମିରା ଗ୍ରାମର ସ୍ବର୍ଗତ ଅଙ୍କୁଜ ପ୍ରଧାନ ଙ୍କ ପୁଅ ସମ୍ବିତ ପଧାନ (୨୧) ଓ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠୀପଦର ଗ୍ରାମର ତ୍ରିପୁରାରୀ ନାଗ ଙ୍କ ପୁଅ ସିପକ୍ ନାଗ(୧୮) ବୋଲି ଜଣା ପଡିଛି । ଉଭୟ ମୃତକ ବୀରମହାରାଜପୁର ର ଏକ ଘରୋଇ ରେଷ୍ଟୁରାଣ୍ଟ ରେ କାମ କରୁଥିଲେ । ମିଳିଥିବା ସୂଚନାମତେ ଗତ ରବିବାର , ରାତି ପ୍ରାୟ ୧୧.୪୫ ଘଣ୍ଟା ସମୟେ ଉଭୟେ ଓଡ଼ି ୦୨ ବି ଏକ୍ସ ୧୧୬୫ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଉଫୁଲା ରାସ୍ତାରେ ଯାଉଥିବା ବେଳେ ସ୍ଥାନୀୟ ମାଉସୀ ମନ୍ଦିର ନିକଟରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ପୋଲ ରେ ପିଟି ହୋଇଥିଲା । ରାସ୍ତାରେ ଉଭୟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ବ୍ୟକ୍ତି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ଖବର ପାଇ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ଆସି ଆମ୍ବୁଲାନ୍ସ ଯୋଗେ ଉଭୟ ଗୁରୁତର ଙ୍କୁ ସ୍ଥାନୀୟ ଡାକ୍ତରଖାନା କୁ ନେଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବୀରମହାରାଜପୁର ଥାନାରେ ଏକ ମାମଲା (କେସ ନଂ ୩୬/୨୪) ରୁଜୁ କରିଛି । ଏଏସଆଇ ସନ୍ତୋଷ କୁମାର ଗୌଡ଼ ଏହାର ଅଧିକ ତଦନ୍ତ ଜାରି ରଖିଛନ୍ତି। ସୋମବାର ଉଭୟ ଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ତାଙ୍କ ଗ୍ରାମରେ ଏକ ଶୋକାକୁଳ ପରିବେଶରେ ଅନ୍ତମ ସଂସ୍କାର କରାଯାଇଛି । କମିରା ଗ୍ରାମର ମୃତ ଯୁବକ ସମ୍ବିତ ତାଙ୍କ ପରିବାର ର ଏକ ମାତ୍ର ରୋଜଗାରକ୍ଷମ ଥିବା ବେଳେ ଗତ ବର୍ଷ ତାଙ୍କ ବାପା ଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଛି। ସେ ବୀରମହାରାଜପୁର ରେ ଏକ ରେଷ୍ଟୁରାଣ୍ଟ ରେ କାମ କରି ପରିବାର ଚଳାଉଥିଲେ । ତାଙ୍କ ପରିବାର ରେ ସାନ ଭାଇ ଯୁକ୍ତ ଦୁଇ ପଢୁଥିବା ବେଳେ ଓ ଦୁଇ ଭଉଣୀ ଓ ମାଆ ଘରେ ଅଛନ୍ତି। ବୁଠୀପଦର ଗ୍ରାମର ଯୁବକ ମଧ୍ୟ ଅତ୍ୟନ୍ତ ଗରିବ ପରିବାର ଅଟନ୍ତି। ତେଣୁ ଉଭୟ ମୃତକ ଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ