Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ “ଅସହାୟ ଓ ଗରିବ ଲୋକ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ”

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ କଳାହାଣ୍ଡି ଜିଲ୍ଲା ନବ ଦାସ ପ୍ରେମୀ ତରଫରୁ ଭବାନୀପାଟଣା ସହରର ମାଣିକେଶ୍ବରୀ ବିହାର, ସିତାବୋର୍ଡି ପଡା, ଶାନ୍ତିନଗର ପଡ଼ାର ମୁଣ୍ଡା ପଡା ଆଦି ବିଭିନ୍ନ ବସ୍ତିରେ ଥିବା ଅସହାୟ ଓ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ଠାକୁର, ମୁନା ବେହେରା, କାମାକ୍ଷ ସିଂହ ଦେଓ, ରୋମାଞ୍ଚଳ ମେହେର, ରବିଚନ୍ଦ୍ର ନାଏକ, ଭୋଳାନାଥ ନାଗ , ଅନିଲ ନିଆଲ ପ୍ରମୁଖ ଯୋଗଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ