Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ବ୍ୟାୟମ ପ୍ରଦର୍ଶନ ରେ ପ୍ରଥମ

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : ଶାସ୍ତ୍ରୀଜୀ ଶିକ୍ଷା ନିକେତନ ବ୍ୟାୟମ ପ୍ରଦର୍ଶନ ରେ ପ୍ରଥମ ଭବାନୀପାଟଣା ଜିଲା ସ୍ତରୀୟ ୭୫ ତମ ସାଧାରଣ ତନ୍ତ୍ର ଦିବସ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ଶିକ୍ଷାନୁଷ୍ଠାନ ର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପ୍ୟାରେଡ ଓ ବ୍ୟାୟମ ପ୍ରଦର୍ଶନ କରିଥିଲେ। ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ଛାତ୍ରଛାତ୍ରୀମାନେ ଚିତାକର୍ଷକ ବ୍ୟାୟମ ପ୍ରଦର୍ଶନ କରିଥିଲେ। ଯାହାକି ଉପସ୍ଥିତ ମୁଖ୍ୟ ଅତିଥି ମନ୍ତ୍ରୀ ଟୁକୁନୀ ସାହୁ, ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡି ସମେତ ଦର୍ଶକ ବିଭୋର ହୋଇଥିଲେ। ଏହି ବ୍ୟାୟମ ପ୍ରଦର୍ଶନ ରେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରଷ୍କୃତ ହୋଇଥିଲେ। ଏହି ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନେ କେବଳ ଯେ କ୍ରୀଡା ରେ ନିପୁଣତା ଦେଖାନ୍ତି ତା ନୁହଁ ପାଠ ପଢ଼ାରେ ବି ଜିଲା ର ଅନ୍ୟ ଓଡ଼ିଆ ମାଧ୍ୟମ ଶିକ୍ଷାନୁଷ୍ଠାନ ଗୁଡିକ ଠାରୁ ଆଗରେ। ଗତ କିଛି ବର୍ଷ ହେବ ମାଟ୍ରିକ୍ ପରୀକ୍ଷା ରେ ଏହି ଶିକ୍ଷାନୁଷ୍ଠାନ ଜିଲା ରେ ଉଲେଖନୀୟ ସଫଳତା ହାସଲ କରିଛି। ୨୦୨୩ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପରୀକ୍ଷାରେ ୧୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖି ତାଙ୍କ ଶିକ୍ଷାନୁଷ୍ଠାନ ସମେତ ଜିଲା ର ଗୌରବ ଆଣି ଦେଇଛି। ଶିକ୍ଷା ସହ ବିଭିନ୍ନ ପ୍ରତିଯୋଗୀତା ରେ ବି ସଫଳତା ଆଣିଥାନ୍ତି। ଅନୁଷ୍ଠାନ ନିର୍ଦ୍ଦେଶକ ପରମା ନନ୍ଦ ନନ୍ଦ, କଳ୍ପେଶ୍ଵର ପୁରୋହିତ, ମଧୁ ସୂଧନ ପ୍ରଧାନ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଭୂମିକା କୁ ଅନୁସରଣ କରିବା ଅନ୍ୟ ଶିକ୍ଷାନୁଷ୍ଠାନ କୁ ପ୍ରେରଣା ଯୋଗାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ