Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅବହେଳିତ ଆଦିବାସୀ ଗ୍ରାମ ବୁଦେଲପଦର୍ କୁ ପରିଦର୍ଶନ କଲେ ସମାଜସେବୀ ବାବୁଲି ମଣ୍ଡଳ

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବହେଳିତ ସମସ୍ୟା ବହୁଳ ବୁଦେଳପଦର୍ ଗ୍ରାମକୁ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ ତଥା ରାଜ୍ୟ ବିଜେଡି ସମ୍ପାଦକ ଓ ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଅଚାନକ ଗ୍ରସ୍ତ ରେ ଆସି ବୁଦେଲପଦର୍ ଗ୍ରାମରେ ପହଞ୍ଚିଥିଲେ ଏବଂ ଗ୍ରାମର ସମସ୍ତ ଅବାଳ ବୃଦ୍ଧ ବନିତା ଙ୍କ ଗହଣରେ କିଛି ସମୟ ଭାବର ଆଦାନ ପ୍ରଦାନ କରିଥିଲେ ଏପରି ସ୍ଥଳେ ଗ୍ରାମବାସୀ ମାନେ ଶ୍ରୀ ମଣ୍ଡଳ ଙ୍କୁ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ରାସ୍ତା ଘାଟ ପାନୀୟ ଜଳ ଶିକ୍ଷା ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ସମସ୍ତ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସମାଧାନ କରାଯିବ ବୋଲି ଶ୍ରୀ ମଣ୍ଡଳ ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ପ୍ରଦାନ କରିଛନ୍ତି ବିଶେଷ କରି ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗମନାଗମନ ପାଇଁ ବୁଦେଲପଦର୍ ଠାରୁ ତୁଳା ଗାଁ ଓ ବେହେରାପାଟି ରାଜରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରି ରାସ୍ତା ସମସ୍ୟା ଦୂର କରାଯାଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ଏହି କ୍ରମରେ ଗ୍ରାମର ଶତାଧିକ ପରିବାର କୁ ଶୀତୁଆ କମ୍ବଳ ବଣ୍ଟନ କରାଯାଇଥିବା ବୁଦେଲପଦର୍ ଗ୍ରାମର ୱାର୍ଡ ସଭ୍ୟା ସୁର୍ଯ୍ୟକାନ୍ତୀ ମାଝୀ ସୂଚନା ଦେଇଛନ୍ତି ଏହି ଗ୍ରାମରେ ଶତାଧିକ ଗ୍ରାମବାସୀ ଙ୍କ ସମେତ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ କୁମୁଦ ଚନ୍ଦ୍ର ନାଏକ , ଶତୃଘ୍ନ ସେନାପତି ବରିଷ୍ଠ ନାଗରିକ ଗଜିନ୍ଦ୍ର ପଧାନ ଓ ଦୟା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ