Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଓଡିଶା ଭାସ୍କ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗ

କଳାହାଣ୍ଡି, ୦୨/୦୨ (ଜଗନ୍ନାଥ ନାଏକ) : ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ଓଡ଼ିଶା ଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗଙ୍କୁ ପଞ୍ଚାୟତ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି, ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ କର୍ମଚାରୀ ମାନଙ୍କ ସମେତ ସହସ୍ରାଧିକ ଜନ ସାଧାରଣଙ୍କ ଉପସ୍ଥିତିରେ ଶ୍ରୀ ବାଗଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା, ଶ୍ରୀ ବାଗ ମେଲାପି ମିଷ୍ଟଭାଷୀ ଓ ପରୋପକାରୀ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇଛି, ପଞ୍ଚାୟତ ପ୍ରତିନିଧିତ୍ବରୁ ତାଙ୍କ ସାମ୍ବାଦିକତା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଳକ ଓ ବର୍ତ୍ତମାନ ଜିଲ୍ଲା ସ୍ତରର ପ୍ରତିନିଧିତ୍ଵ କରିଆସୁଛନ୍ତି,ସେ ଅନେକ ପତ୍ରପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ନିଷ୍ଠାପର କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଆସିଥିବା ବେଳେ ସୁସଂଗଠକ ଭାବେ ମଧ୍ୟ ସମଗ୍ର ଜିଲ୍ଲାରେ ସୁଖ୍ୟାତି ରଖିବାରେ ସକ୍ଷମ ହୋଇ ପାରିଛନ୍ତି, ଶ୍ରୀ ବାଗଙ୍କ ସମ୍ବର୍ଦ୍ଧନା ଖବର ମିଲିବା ପରେ ବିଭିନ୍ନ ମହଳରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ