Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ବିଭାଗ ର ଅବହେଳା ଯୋଗୁଁ ୩ ଗୋଟି ପଞ୍ଚାୟତ ବାସୀ ଯାତାୟତ ରେ ଅସୁବିଧା ଭୋଗୁଛନ୍ତି

ଭବାନୀପାଟଣା, ୦୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଳ ଗାଁ ଗ୍ରାମ ପଞ୍ଚାୟତ ର ମାଳ ଗାଁ ଠାରୁ କର୍ଲା କୋଟ୍ ଗ୍ରାମ ଦେଇ ଭବାନୀପାଟଣା ସହର କୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ଉପରେ କର୍ଲା କୋଟ୍ ଗ୍ରାମ ନିକଟରେ ରେଳ ବିଭାଗ ଦ୍ଵାରା ସ୍ଥାୟୀ ରାସ୍ତା କରାଯାଇ ନଥିବାରୁ ଏକ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଛି। ଅଭିଯୋଗ ରୁ ଜଣାଯାଇଛି ଯେ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀ ତଥା ସଦର ବ୍ଲକ ଅର୍ନ୍ତଗତ ମାଲ୍ ଗାଁ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରୁ କର୍ଲା କୋଟ୍ ଓ ଦାମୋଦର ପୁର ଗ୍ରାମ ଦେଇ ଭବାନୀପାଟଣା ସହର କୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ଉପରେ କର୍ଲା କୋଟ୍ ଗ୍ରାମ ନିକଟରେ ରେଳ ରାସ୍ତା ଯିବା ପରେ ସାଧାରଣ ଯାତାୟତ ପାଇଁ ରେଳ ବିଭାଗ ତରଫରୁ ରାସ୍ତା ନିର୍ମାଣ କରି ନାହିଁ। ତେଣୁ ଦିର୍ଘ ବର୍ଷ ହେବ ଲୋକେ ପାଦ ଚଳା ରାସ୍ତାରେ ଯାତାୟାତ କରୁଛନ୍ତି. ବର୍ଷା ଦିନେ ଏହି ରାସ୍ତା ରେ କାଦୁଅ ପଚ ପଚ ଯୋଗୁ ଏହି ଦୁଇ ଗ୍ରାମବାସୀ ବହୁତ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ମାଳ ଗାଁ ଠାରୁ କର୍ଲା କୋଟ୍ ଗ୍ରାମ ଦେଇ ଭବାନୀପାଟଣା ସହର କୁ ଯାତାୟତ ପାଇଁ ଏକ ସଟକଟ ରାସ୍ତା 3 କିମି ହୋଇଥିବାରୁ କୁଳିଆ ମାଲ୍, ଗଣ୍ଡ ବାରୋ ଝୋଲା, ଓ ମାଲ୍ ଗାଁ ୩ ଟି ଗ୍ରାମ ପଞ୍ଚାୟତ ର ଶହ ଶହ ଲୋକେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ରେଳ ଲାଇନ୍ ନିର୍ମାଣ ପରଠାରୁ ଯାତାୟତ ର ବାଧକ ସ୍ରୁଷ୍ଟି ହୋଇଛି. ତେଣୁ କର୍ଲା କୋଟ୍ ଠାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଲୋକେ ରେଳ ବିଭାଗ କୁ ବାରମ୍ବାର ଅଭିଯୋଗ କରିଥିଲେ ବି ବିଭାଗ କର୍ଣ୍ଣପାତ କରିନାହାନ୍ତି। ମାଲ୍ ଗାଁ ର ହୃଷୀକେଶ ସାହୁ ଙ୍କ ନେତ୍ରୁତ୍ଵରେ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା, ୱାର୍ଡ ମେମ୍ବର ସମେତ ଅଞ୍ଚଳର ଲୋକେ ଜିଲାପାଳ, ରାଜ୍ୟ ସରକାର ଙ୍କୁ ମଧ୍ଯ ଅଭିଯୋଗ କରିଛନ୍ତି। ଗତ ୧୯ ଜାନୁୟାରୀ ୨୦୨୩ ତାରିଖରେ ମଧ୍ଯ ଜିଲାପାଳ ଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ଅଭିଯୋଗ ର ଵର୍ଷେ ପୁରି ଯାଇଥିଲେ ବି ଜିଲା ପ୍ରଶାସନ ନୀରବ ସାଜିଛନ୍ତି। କର୍ଲା କୋଟ୍ ନିକଟରେ ରେଳ ଲାଇନ୍ ପାର୍ଶ୍ଵ ରେ ରେଳ ବିଭାଗ ଦ୍ଵାରା ଜାଗା ଅଧିଗ୍ରହଣ କରି ଜନସାଧାରଣ ଙ୍କ ଯାତାୟତ ପାଇଁ ଅନ୍ୟ କୌଣସି ସ୍ଥାୟୀ ରାସ୍ତା ପ୍ରଦାନ କରାଯାଇ ନଥିବାରୁ ରେଳେବାଇ ଅଧିକୃତ ଜାଗା ରେ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଅକ୍ଷମତା ଦର୍ଶାଇ ଥିଲେ। ଏଣୁ ୨୦୦ ମିଟର ର ଏକ ସ୍ଥାୟୀ ପକ୍କା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରାଯିବାକୁ ଦାବୀ କରିଛନ୍ତି। ଏହି ରାସ୍ତା ନିର୍ମାଣ କରା ନ ଗଲେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ