Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି।

କୋକସରା:୦୨/୦୨
କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ କେନାଲ ସୁନାମାଲ ଗ୍ରାମ ନିକଟରେ ସେହି ବିଭାଗ ରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ଭବାନୀ ଶଙ୍କର ମହନ୍ତ ବୋଲି ସୂଚନା ମିଳିଛି। ସେ ଗତକାଲି କାର୍ଯ୍ୟ କୁ ଆସି ଘରକୁ ଫେରି ନଥିବା ଜଣା ପଡିଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଶୁକ୍ରବାର ୧୦ ଟା ସମୟରେ କେନାଲ ରେ ତାଙ୍କର ମୃତ ଦେହ ଭାସୁଥିବା କିଛି ସ୍ଥାନୀୟ ଲୋକମାନେ ଦେଖି ପରେ ପୋଲିସ କୁ ଖବର ଦେଇଥିଲେ। କେନାଲ ହୁଡା ରେ ନିକଟରେ ଯନ୍ତ୍ରୀ ଙ୍କ ବାଇକ ସହ ବାଇକ ଭାଇଜର ରେ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ରହିଛି।ସେ କୋକସରା ବ୍ଲକ କୁସୁମଖୁଣ୍ଟି ଡିଭିଜନ ରେ କାମ କରୁଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ କେନାଲ ପାଣି ରୁ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା କୁ ପଠାଇଛି।
ଧର୍ମଗଡ଼ ରୁ ସନତ ପ୍ରଧାନୀ
ଡୁମାଣି ଟିଭି