ପିଲା କାହିଁକି ଜୟ ଶ୍ରୀରାମ ନାରା ଦେଲେ ବିଡିଓ ଗାଳି ଶୁଣିଲେ, ଓଡିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି: ପ୍ରଦୀପ ପାଣିଗ୍ରାହୀ


ଭୁୁବନେଶ୍ୱର: ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଫାଇଟ୍ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭାଷଣ ଦେଉଥିବା ସମବେତ ଶହ ଶହ ଛାତ୍ର-ଛାତ୍ରୀ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହି ନାରାରେ ଅପଦସ୍ଥ ହୋଇଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂତନ ବିବାଦ ଜନ୍ମ ନେଇଛି ।

ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରାକୁ ନେଇ ସେ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା କାହିଁକି ଜୟ ଶ୍ରୀରାମ ନାରା ଦେଲେ ସେଥିପାଇଁ ବିଡିଓ ଗାଳି ଖାଇଛନ୍ତି । ଯାହାକୁ ଦେଖି ମୋ ବିରୋଧରେ ଚାର୍ଜଫ୍ରେମ କରାଯାଇଛି । ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ ୬ କୋଟି ଟଙ୍କା ବିଜେଡି ଖର୍ଚ୍ଚ କରୁଛି । ଜୟ ଶ୍ରୀରାମ ନାରା ଶୁଣିଲେ ବିଜେଡି ବିଚଳିତ ହୋଇ ପଡୁଛି । ସମଗ୍ର ଓଡିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡିଶାରେ ଗ୍ରୀନରୁ ଅରେଞ୍ଜ ହେବ ଏବଂ ବିରାଟ ପରିବର୍ତନ ହେବ ।

ପ୍ରଦୀପ କହିଛନ୍ତି ବିଜେଡି ଗୋପାଳପୁର କାର୍ଯ୍ୟକ୍ରମ ପାଇଁ ୧୩ ହଜାର ପିଲା ଯୋଗାଡ କରିଥିଲା । ସବୁ ପିଲେ ଜୟ ଶ୍ରୀରାମ ନାରା ଦେବାରୁ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମ ସାନ ଭାଇ(ଭିକେ ପାଣ୍ଡିଆନ) ବାୟା ହୋଇଗଲା । ଛାତ୍ର-ଛାତ୍ରୀମାନଙ୍କୁ ମୋର ସାଲ୍ୟୁଟ୍‌, ସେମାନେ ଓଡିଶାର ଆଖି ଖୋଲି ଦେଇଛନ୍ତି । ଯେଉଁ କାମ ବିରୋଧୀ ଦଳ ଏ ଯାଏ କରି ପାରି ନାହାନ୍ତି ଏହି ଛାତ୍ରମାନେ ତାହା କରି ଦେଖାଇଲେ । ଏବେ ମୋ ନାଁରେ ରାଜ୍ୟ ସରକାର ଚାର୍ଜଫ୍ରେମ କରିବାକୁ ଯାଉଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.