ଗୋପାଳପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ


ଗୋପାଳପୁର ୨/୨
ଗୋପାଳପୁର କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ପାଇଁ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଛି l କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଯୋଗ ଦେଇ ଛାତ୍ରୀ ମାନଙ୍କୁ ନିର୍ଭିକ ଓ ଆତ୍ମ ବିଶ୍ୱାସ ସହ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ସି.ଏଚ ଦିଲେଶ୍ଵର ରେଡି, ଡ଼. ପୁରୁଷୋତ୍ତମ ସାହୁ ଯୋଗ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହୋଉଥିବା ଆତ୍ମ ସୁରକ୍ଷା ତାଲିମ, ମହିଳା ସଶକ୍ତି କରଣ ପଦକ୍ଷେପ ଛାତ୍ରୀ ମାନଙ୍କୁ ଆତ୍ମ ବିଶ୍ୱାସ ଓ ଦୃଢ଼ତା, ଶାରୀରିକ ସୁସ୍ଥତା ପାଇଁ ସହାୟକ ହୋଇପାରିଛି ବୋଲି କହିଥିଲେ l ମାଷ୍ଟର ଟ୍ରେନର ଭାବେ ସନ୍ଧ୍ୟାରାଣୀ ମହାରଣା ଓ ରୋହିଣୀ ଖଣ୍ଡୁଆଳ ଯୋଗ ଦେଇ ଆତ୍ମ ସୁରକ୍ଷାର ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ଉପଦେଷ୍ଟା ଡ଼. ସୁଚିତ୍ରା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜିକା ଏସ. ରୂପଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ l ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଡ଼. ଚଞ୍ଚଳା ଜେନା, ସି. ଏଚ ମହେଶ୍ୱରୀ ରେଡି, ମମତା ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l