ସୁବଳୟା ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ବୀରମହାରାଜପୁର : (ସୌମିତ୍ରି ମେହେର)
ଓଡ଼ିଶା ସରକାରଙ୍କ ଓସେପା ଆନୁକୁଲ୍ୟରେ ରାଜ୍ୟର ସମସ୍ତ ଉତ୍କର୍ଷତା ଲାଭ କରିଥିବା ୫ଟି ରୂପାନ୍ତରିତ ବିଦ୍ୟାଳୟ, ସମସ୍ତ ବିଭାଗ ଶିକ୍ଷକ , ଆଲୁମିନି ଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ କରାଯାଇଛି । ଏହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ଙ୍କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କରାଯାଇଛି । ତେଣୁ ସ୍କୁଲ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣଲତା ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଭବ୍ୟ ସଭାରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବାଘ ଙ୍କ ଗୁଣଗାନ କରିବା ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ପୁରସ୍କାରପ୍ରାପ୍ତ ଶିକ୍ଷକ ଙ୍କ ଉକ୍ତ ସଫଳତାରେ ସମଗ୍ର ଜିଲ୍ଳାରେ ଖୁସିର ଲହରୀ ଖେଳିବା ସହିତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ସୁବଳୟା ସ୍କୁଲର ରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଇଂରଜୀ ଶିକ୍ଷକ ସମ୍ପା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।