Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ମୋଦୀଙ୍କ ବକ୍ତବ୍ୟ: ଯାହା ପାଖରେ କେହି ନାହିଁ ମୋଦୀ ତା ପାଖରେ ଅଛି, ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ଦେଉଛି

ସମ୍ବଲପୁର: ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ନୂଆ ବଜେଟ୍‌ରେ ଦିଆଯାଇଛି। କ୍ଷୁଦ୍ରଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଦେଉଛି। ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି। ସମ୍ବଲପୁର ରେମେଡ୍ ସଭାରେ ପ୍ରଧାନମନ୍ତ୍ରୀ ନିଜ  ବକ୍ତବ୍ୟରେ ଏହା କହିଛନ୍ତି।। ଜୟ ଜଗନ୍ନାଥ ଓ ଜୟ ମା ସମଲେଇ କହି ଭାଷଣ ଆରମ୍ଭ କଲେ। ସମ୍ଵଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦୀ। ଓଡିଶାର ୪ ପଦ୍ମ ପୁରସ୍କାର ବିଜେତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଜେପିର ପ୍ରତିଟି କର୍ମକର୍ତ୍ତାଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଆଜି ଆମର ପ୍ରିୟର ନେତା ଲାଲକୃଷ୍ଣ ଆଡଭାଣୀଜୀଙ୍କୁକ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି। ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ ମିଳିଛି। ୨ ସାଂସଦରୁ ବିଶ୍ଵର ସର୍ବୋଚ୍ଚ ପାର୍ଟି ହେବାର ସମ୍ମାନ। ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କୌଣସିଥିରେ ଉଣା ରଖିନି।  ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ନୂଆ ବଜେଟ୍‌ରେ ଦିଆଯାଇଛି।

ସେ କହିଛନ୍ତି କ୍ଷୁଦ୍ରଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଦେଉଛି। ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି। ଏହି ଆଧାରରେ ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀଙ୍କୁକ ପକ୍କା ଘର ମିଳିଛି। ଦେଶରେ ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା କରାଯାଇଛି। କୌଣସି ଗରିବ ଭାଇଭଉଣୀମାନେ ଛପର ଘରେ ରହିବେ ନାହିଁ। ଗରିବଙ୍କୁ କେମିତି ଲାଭ ମିଳିବ ବିଜେପିର ପ୍ରାଥମିକତା ରହି ଆସିଛି। ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି। ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦  ହଜାର ଟଙ୍କା ପଠାଇଛି। ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟି ଟଙ୍କାର ଧାନ କିଣିଥିଲେ। ହେଲେ ବିଜେପି ସରକାର ଓଡ଼ିଶାରୁ ଏକ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି। ଆପଣଙ୍କ ରୋଜଗାର ବଢିବ ଏବଂ ଖର୍ଚ୍ଚ କମିବା ହିଁ ଆମର ପ୍ରାଥମିକତା। ଦେଶବାସୀଙ୍କ ବିଜୁଳି ବିଲ୍ ଶୂନ୍ୟ ହେବା ଆମର ଲକ୍ଷ୍ୟ। ରୁଫଟପ୍ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢିବ। ଓଡ଼ିଶା ସୂର୍ଯ୍ୟଭଗବାନଙ୍କ ରାଜ୍ୟ। ଏଠି ସୋଲରା ଚମକିବ। ବଜେଟ୍‌ରେ ଆୟୁଷ୍ମାନ ଭାରତକୁ ଆହୁରି ବ୍ୟାପକ କରାଯାଇଛି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି।

ମୋଦୀ ଏହା ମଧ୍ୟ କହିଛନ୍ତି, ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପାଇପ୍ ପାଣି ଯୋଗାଣ ହେଉଛି। ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଆମ ସରକାର ଦେଉଛି। ଏକ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି। ୩ କୋଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହଜାର ହଜାର ଏସ୍‌ଏଚ୍‌ଜି ମହିଳାଙ୍କୁ ଏହାର  ଲାଭ ମିଳିବାକୁ ଯାଉଛି। ପୂର୍ବ ସରକାର ଲୋକଙ୍କୁ ଲାଭ ଅପେକ୍ଷା ସ୍ଵୟଂ ଦୁର୍ନୀତିରେ ବୁଡ଼ିଥିଲା। ସେତେବେଳେ ଭାରତୀୟ ଯୁବକ ନିରାଶରେ ବୁଡ଼ି ରହିଥିଲେ। ଏବେ ଯୁବକଙ୍କ ପଛରେ ବିଶ୍ଵସ୍ତ ବିଜେପି ସରକାର ଛିଡ଼ା ହୋଇଛି। ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ୁନି। କାରଣ ଆଜିର ଯୁବକଙ୍କ ପଛରେ ମୋଦୀଙ୍କ ଗ୍ୟାରେଣ୍ଟି ରହିଛି। ଯାହା ପାଖରେ କାହାର ସାହାର ନାହିଁ, ତା ପାଖରେ ମୋଦୀର ଗ୍ୟାରେଣ୍ଟ ରହିଛି। ଯାହା ପାଖରେ କେହି ନାହିଁ, ତା ପାଖରେ ମୋଦୀ ଅଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି। କଂଗ୍ରେସ ଓ ତାର ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଥିଲା। ତାହା ଦ୍ରୌପଦୀଙ୍କ ଅପମାନ ନୁହେଁ ସାରା ଆଦିବାସୀଙ୍କ ଅପମାନ। ଯାହା ଦ୍ରୌପଦୀଙ୍କ ଅପମାନ ତାହା ସାରା ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ବିଜେପି ହେଉଛି ଗରିବଙ୍କ କଲ୍ୟାଣକାରୀ ସରକାର।  ଓଡ଼ିଶାର ସାଢେ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଏକ ଦେଶ, ଏକ ରାସନକାର୍ଡ ଜରିଆରେ ସବୁଠି ରାସନ ମିଳୁଛି। ନୂଆ ଭାରତ ନିର୍ମାଣରେ ବିଜେଡି ସରକାରର ବଡ ପରିଚୟ ରହିଛି। ଭିତ୍ତିଭୂମି ବିକାଶ ପାଇଁ ବଜେଟ୍‌ରେ ୧୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡ଼ିଶାକୁ ତାର  ହକ୍ ମିଳୁ ନ ଥିଲା। ଏବେ ଓଡ଼ିଶାର ବିକାଶ ପାଇଁ କୌଣସି ଅର୍ଥର ଅଭାବ ରହିବ ନାହିଁ।

More Stories