Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଣିପୁର ଗାଁର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘଙ୍କୁ ଲେପଟପ ପ୍ରଦାନ କଲେ ଜିଲ୍ଲାପାଳ

ବୀରମହାରାଜପୁର : (ସୌମିତ୍ରି ମେହେର )
ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାଣୀପୁର ଗାଁ ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘଙ୍କୁ ଲେପଟପ ପ୍ରଦାନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ I ଉଚ୍ଚଶିକ୍ଷା ସକାଶେ ଏହା ନମିତା ଙ୍କ ପାଇଁ ସହାୟତା ହେବାକୁ ଥିବାବେଳେ ସେ ରେଭେନ୍ସା କଲେଜ ଯୁକ୍ତତିନିରେ ପାଠ ପଢୁଛନ୍ତି I ରାଜ୍ୟ ସରକାର ଙ୍କ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ଲେପଟପ ଯୋଗାଇ ଦିଆଯାଇ ଥିବା ଜଣାପଡ଼ିଛି I ଏ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଳଭ ଷଡଙ୍ଗୀ , ଡି ଆଇ ପି ଆର୍ ଓ ଅଶ୍ବିନୀ ଭୋଇ ପ୍ରମୁଖ ଙ୍କ ସହିତ ଦିବ୍ୟାଙ୍ଗ ଙ୍କ ବାପା ଉପସ୍ଥିତ ଥିଲେ I ଲାପଟପ ପାଇ ନମିତା ବହୁତ ଖୁସି ତଥା ଉତ୍ସାହିତ ରହିଥିବା ଦେଖାଯାଏ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ