ପିଏମ ମୋଦୀଙ୍କ ପରେ ବିଜେପିର ଏହି ବଡ ନେତାଙ୍କୁ ଭେଟିଲେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ, ଚର୍ଚ୍ଚା ଜୋର


ନୂଆଦିଲ୍ଳୀ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି । ଶ୍ରୀ କଲକି ଧାମ ଶିଳାନ୍ୟାସ ସଂଦର୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରିତ କରିବା ପାଇଁ ତାଙ୍କୁ ଭେଟିଥିଲେ ପ୍ରମୋଦ କୃଷ୍ଣନ । ଏବେ ସେ ଭାରତୀୟ ଜନତା ପାର୍ଟିର ଆଉ ଜଣେ ବଡ ନେତାଙ୍କୁ ଭେଟିଛନ୍ତି । ହେଲେ ତାଙ୍କର ଏମିତି ସାକ୍ଷାତକୁ ରାଜନୈତିକ ଦୃଷ୍ଟିକୋଣରେ ନ ଦେଖିବାକୁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଅପିଲ୍ କରିଛନ୍ତି ।

ଆଚାର୍ଯ୍ୟ ପ୍ରମୋଦ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି । ଉଲ୍ଲେଖନୀୟ ୨୦୧୯ ଲୋକସଭା ନିର୍ବାଚନରେ ଆଚାର୍ଯ୍ୟ ପ୍ରମୋଦ ବିଜେପିର ବରିଷ୍ଠ ନେତା ରାଜନାଥଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ରାଜନାଥଙ୍କ ସହ ଭେଟ ପରେ ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ଫେବୃଆରୀ ୧୯ରେ ଶ୍ରୀରାମ କଳକି ଧାମର ଶିଳାନ୍ୟାସ୍ ହେଉଛି । ଉକ୍ତ ସମାରୋହ ପାଇଁ ମୁଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଥିଲି । ଆଜି ସାକ୍ଷାତର ସେମିତି କୌଣସି ଭିନ୍ନ ଅର୍ଥ ନାହିଁ । ଏହାକୁ ଆପଣମାନେ ରାଜନୈତିକ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ । ମୁଁ ରାଜନାଥଙ୍କୁ ଶିଳାନ୍ୟାସ ସମାରୋହରେ ଯୋଗ ଦେବାକୁ ଅନୁରୋଧ କରିଛି ।

କଣ ଆପଣ ବିଜେପିରେ ସାମିଲ୍ ହେବେ ? ଏହି ପ୍ରଶ୍ନ ଉପରେ ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ଆଜିର ସାକ୍ଷାତର କୌଣସି ଅନ୍ୟ ଅଭିପ୍ରାୟ ନାହିଁ । ବରଂ ଧାମର ପୀଠାଧୀଶ୍ୱର ହୋଇଥିବାରୁ ମୁଁ ସମସ୍ତଙ୍କୁ ଆମନ୍ତ୍ରିତ କରିବାକୁ ଆସିଥିଲି । ଆଜିର ସାକ୍ଷାତକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖା ନ ଯାଉ ।

ସୂଚନାଯୋଗ୍ୟ, ୟୁପିର ସମ୍ବଲରେ କଲକିଧାମର ନିର୍ମାଣ ହେବ । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଏହି ଧାମର ପୀଠାଧୀଶ୍ୱର । ଏହା ପୂର୍ବରୁ ନରେନ୍ଦ୍ର ମୋଦୀଙ୍କୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରାଯାଇଥିଲା ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.