Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ହାଇସ୍କୁଲ ର ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ

ବୀରମହାରାଜପୁର (ସୌମିତ୍ରି ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଶୈବପୀଠ ରେ ସୁବଳୟା ଉଚ୍ଚ ବିଦ୍ୟାଳୟର ୧୯୭୯ ମାଟ୍ରିକ ବ୍ଯାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟନାଥ କର୍ମୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ୧୮ ଜଣ ସଦସ୍ୟଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା । ପ୍ରଥମେ ଦିବଂଗତ ଚାରି ଜଣ ବନ୍ଧୁ ଭୋଲାନାଥ ରଥ , ସୂର୍ଯ୍ୟନାରାୟଣ ପୁରୋହିତ , ସନ୍ତୋଷ ପାଣିଗ୍ରାହୀ ଓ ଶମ୍ଭୁ ନାଏକଙ୍କ ଅମର ଆତ୍ମାର ସତ୍’ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା ପରେ ବନ୍ଧୁମାନେ ପାଠପଢା ସମୟର ଅନୁଭୂତି ସମ୍ପର୍କ ରେ ସ୍ମୃତି ଚାରଣ କରିଥିଲେ । ଆଗାମୀ ଦିନରେ ବନ୍ଧୁ ମିଳନ ଉତ୍ସବର ଆୟୋଜନ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇ ଥିଲା । ସେଥିରେ ବୈଦ୍ୟନାଥ କର୍ମୀ ସଭାପତି , ଘନଶ୍ୟାମ ତ୍ରିପାଠୀ ସଂପାଦକ , ଟୁନୁରାମ ଅଗ୍ରୱାଲ , ରାମଚନ୍ଦ୍ର କର୍ଣ୍ଣ ଓ ଚିତ୍ତରଞ୍ଜନ ପ୍ରଧାନ ସଭ୍ୟ ରୂପେ ସର୍ବ ସମ୍ମତି କ୍ରମେ ମନୋନୀତ ହେଲେ । ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।