ସୁବଳୟା ଯୁବ କଳାକାର ଙ୍କ ହତ୍ୟା ଘଟଣାରେ ତିନି ଗିରଫ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଚନ୍ଦିଲି ଗୁଡି ବନ୍ଧ ପାଖରେ ସୁବଳୟା ଗ୍ରାମ ଧୀବରପଡlର ଯୁବ କଳାକାର ଡମ୍ବରୁଧର ଅଧିକାରୀଙ୍କ ମୃତ ଦେହ ପଡ଼ିଥିବା ଗତ 27 ତାରିଖରେ ଠାବ ହୋଇଥିଲା I ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ସୁବଳୟା ପୋଲିସ ଏକ କେଶ ରୁଜୁ କରି ତଦନ୍ତ ଚଳାଇଥିଲା I ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ବଡ ଖମାର ଗ୍ରାମର ରାଜୀବ କୁମ୍ଭାର , ବାଗବର ରିତ ନାଏକ , କାଜଲ ମହାପାତ୍ର ନାମକ ଏକ ଯୁବତୀ ସହିତ ତିନି ଜଣ ଅଭିଯୁକ୍ତ ଙ୍କୁ ଗତକାଲି ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଥିବା ଜଣାଯାଇଛି l