Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ ର ଟ୍ରଷ୍ଟି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ଚିପିଲିମା,ଓଡିଶା ଜଳ ବିଦ୍ୟୁତ ନିଗମ ଅଧିନସ୍ଥ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଓଏଚପିସି ପ୍ରୋଭିଡେଣ୍ଟ୍ ଫଣ୍ଡ ଟ୍ରଷ୍ଟ ଏବଂ ଓଏଚପିସି ପେନସନ ଟ୍ରଷ୍ଟ ର ଟ୍ରଷ୍ଟି ସଦସ୍ୟ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ,ଟ୍ରଷ୍ଟି ସଦସ୍ୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରେ ଚିପିଲିମା ଜଳ ବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀ ସଂଘର ଧନମାଳୀ ଛୁରିଆ ସଂଘର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବିଶାଳ ପଟୁଆରରେ ଯାଇ ନିର୍ବାଚନୀ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଏହି ନିର୍ବାଚନରେ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପର ମାନବ ସମ୍ବଳ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାର ଲାକ୍ରାଙ୍କ ପାଖରେ ଶ୍ରୀ ଛୁରିଆ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀ ଛୁରିଆଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ନିର୍ବାଚନୀ ଅଧିକାରୀ ଶ୍ରୀ ଲାକ୍ରାଙ୍କ ପକ୍ଷରୁ ସୂଚନା ମିଳିଛି l ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରଙ୍ଗିଲା ରାୟ,ନିମାଇ ଚରଣ ଦାସ,ସୁବୋଧ କୁମାର ସାମନ୍ତରାୟ,ଶିବ ଶଙ୍କର ତିୱାରୀ,ରାଜ କିଶୋର ବେହେରା,ସଦାନନ୍ଦ ସାହୁ ,ଲକ୍ଷ୍ମୀ ନାରାୟଣ ମହାନନ୍ଦ, ପ୍ରସାଦ ଠାକୁର,ଚିନ୍ତାମଣି କୁମ୍ଭାର,ରାହାସ ବିହାରୀ ଲାଲ,ପୀତବାସ ସାହୁ,ଚନ୍ଦନ ନାଏକ,ବୁଦ୍ଧଦେବ ଖମାରୀ,ଗୋବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ୯ ତାରିଖରେ ପ୍ରାର୍ଥୀ ପତ୍ର ବଳବତ୍ତର ନେଇ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା ହେବବୋଲି ସୂଚନା ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ