Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ବୃଦ୍ଧାଶ୍ରମରେ ୫ମ ତମ ପ୍ରତିଷ୍ଠା ଦିବସ ପାଳନ

ଝାରସୁଗୁଡା ୭/୨ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ପିପୁଲ୍ସ ଫୋରମ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ ‘ଭରସା’ କେନ୍ଦ୍ରର ପଞ୍ଚମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ଜିଲ୍ଲା ଖଣିଜ ପାଣ୍ଠିର ଟିମ୍ ଲିଡର ମିସ ଗାରିମା ପାଣ୍ଡେ ଓ ସ୍ଵାସ୍ଥ୍ୟ ପରିଚାଳକ ଡାକ୍ତର ରୀନା ନାୟକ ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋବିନ୍ଦପୁର ଭରସା କେନ୍ଦ୍ରରେ ପୁରୁଷ ଓ ମହିଳା ମିଶି ମୋଟ ୫୫ ଜଣ ଅନ୍ତେବାସୀଙ୍କୁ ପିପୁଲ୍ସ ଫୋରମ ପକ୍ଷରୁ ଚିକିତ୍ସା ସହିତ ସେବା ଯୋଗାଇ ଦିଆ ଯାଉଛି । ପିପୁଲ୍ସ ଫୋରମ୍ ପଶ୍ଚିମ ଓଡ଼ିଶାର ସବୁ କେନ୍ଦ୍ରର କର୍ମଚାରୀ ଏବଂ ଅନ୍ତେବାସୀ କେକ୍ କାଟି ଆନନ୍ଦ ଉଲ୍ଲାସର ସହିତ ପ୍ରତିଷ୍ଠା ଉତ୍ସବକୁ ପାଳନ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରା ଯାଇଥିଲେ । କାର୍ଯ୍ୟକ୍ରମରେ ପିପୁଲ୍ସ ଫୋରମ୍ ପଶ୍ଚିମ ଓଡିଶା ମୁଖ୍ୟ ସଞ୍ଜୟ ଜେଠୀଙ୍କ ସମେତ ପ୍ରତିମା ନନ୍ଦ, ଦିପ୍ତିକାନ୍ତ ନାଏକ,ଅଜୟ ଦାସ,ସନ୍ତୋଷ ମାର୍ଥା, ଅଜୟ ଦେବତା,ଗଣେଶ ଚନ୍ଦ୍ର ବଳିୟାର ସିଂହ, ସୌମିତ୍ର ସରକାର,ସୁବାସ ଜେନା, କିରଣ ଗୁପ୍ତା, ପ୍ରଜ୍ଞାପରମିତା ବେହେରା,ଇପ୍ସିତା ସାହୁ,ଅଞ୍ଜଳି ପଧାରିଆ, ଅଂଶୁମାନ ପାଢ଼ୀ, ଦୀପ୍ତିମୟୀ ପ୍ରଧାନ, ବିଶ୍ୱଜିତ୍ ସାହୁ,ଉମେଶ ପୋଢ଼, ପାର୍ଥସାରଥୀ ମହାପାତ୍ର,ସୁଶିଲ ପରିଜା,ରିନା ପ୍ରଧାନ, କମଳା କିସାନ, କାଦମ୍ବିନୀ ନାଏକ, ଦେବାଶିଷ ବିଶ୍ଵାଳ, ସନ୍ତୋଷ ଜଗଦଲା, ସୁନିଲ ଦାସ, ଉମେଶ ଗରୁଡ଼, ଜପେଶ୍ୱର ତାଣ୍ଡି ଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ