Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ଲୋକ ମହୋତ୍ସବ “ତିହାର” ଚୂଡାନ୍ତ ବୈଠକ

ଝାରସୁଗୁଡା ୭/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକ ଲୋକ ମହୋତ୍ସବ “ତିହାର” ପାଳନ ନିମନ୍ତେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ସଭାପତିତ୍ୱ କରିଥିବା ବେଳେ “ତିହାର’ ମହୋତ୍ସବ ପରିଚାଳନା କମିଟିର ସଭାପତି ପିତାମ୍ବର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଚଳିତ ବର୍ଷ ତିହାର ମହୋତ୍ସବକୁ କିପରି ଶାନ୍ତିଶୃଙ୍ଖଳା ସହ ପରିଚାଳନା କରାଯିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ମହୋତ୍ସବର ପ୍ରଥମ ଦିବସରେ ଐତିହାସିକ ଶୈବପୀଠ କୋଇଲି ଘୋଘର ଠାରୁ କଳସ ଯାତ୍ରା,ବନ୍ଧବାହାଲ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲଖନପୁର ମାଁ ସମଲେଇ ମନ୍ଦିର ରୁ ଆଜ୍ଞାମାଳ ଆଣିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମରଣୀକା ଉନ୍ମୋଚନ,କବି ସମ୍ମିଳନୀ, ଲଖନପୁର ବ୍ଲକ ବିଭାଜନ ଓ ଉପଖଣ୍ଡ ମାନ୍ୟତା ବିଷୟ ଉପରେ ଏକ ଆଲୋଚନା ଚକ୍ର ଆଦି ପ୍ରସ୍ତାବ ଗୁଡ଼ିକ ବିଷୟରେ ଆଲୋଚନା ପରେ ସର୍ବ ସମ୍ମତିକ୍ରମେ ତାହା ଗୃହୀତ ହୋଇଥିଲା । ଏହା ସହିତ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରା ଯାଇଥିଲା । ସୂଚନା ଥାଉକି ଚଳିତ ଫେବୃଆରୀ ମାସର ୮, ୯ ଏବଂ ୧୦ ତାରିଖ ତିନିଦିନ ଧରି ତିହାର ଉତ୍ସବ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ଅବସରରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଝୁମେରଲାଲ ହାତିଙ୍କ ଧର୍ମପତ୍ନୀ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା ।
ଲଖନପୁର ବ୍ଲକ ଲୋକ ମହୋତ୍ସବ ପରିଚାଳନା କମିଟିର ସଭାପତି ପିତାମ୍ବର ମିଶ୍ର ବରିଷ୍ଠ ସଦସ୍ୟ ଅଭିନ ରାଉତ,ଇନ୍ଦ୍ରମଣି ପଧାନ, ବେଣୁଧର ଭୋଇ,ପ୍ରଫୁଲ୍ଲ ସା, କିଶୋର ଚନ୍ଦ୍ର ପଧାନ, ଅନୀଲ ମୁଣ୍ଡା, ଦୋଳଗୋବିନ୍ଦ ପଧାନ, ନିରାକାର ବଢ଼େଇ, ରୋହିତ ପଧାନ, ଅଭିନ ଚନ୍ଦ୍ର ମାଝୀ,ବିନୋଦ ରାଉତ, ସୁଶୀଳ ବାଗ, ଅଶ୍ୱିନୀ କୁମାର ଦାଶ, ଶ୍ରୀକାନ୍ତ ଭୋଇ, ଘନଶ୍ୟାମ କିସାନ, ଗୁଣସାଗର ମାଝୀ,ରାଧେଶ୍ୟାମ ସାହୁ, କ୍ଷିତିଭୂଷଣ ପଧାନ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ମିଡ଼ିଆ ସେଲ ସଦସ୍ୟ ମହେନ୍ଦ୍ର କୁମାର ସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ