Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍କଟ ରୋଗ ନେଲା ଯୁବ ଶିକ୍ଷକଙ୍କ ଜୀବନ

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକୌଡ଼ା ବ୍ଲକ କଳାମାଟି ପଞ୍ଚାୟତ ଏସଏଲବି ଫାର୍ମ ୟୁପି ସ୍କୁଲ ଶିକ୍ଷକ ସୁଶାନ୍ତ ପ୍ରଧାନଙ୍କ ୩୬ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିବାବେଳେ, ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ବରଗଡ଼ ଜିଲ୍ଲା ଭଟଲି ବାଞ୍ଜିପାଳି ଗ୍ରାମର ମୂଳ ନିବାସୀ ଥିବାବେଳେ, ତାଙ୍କର ବାପା, ମାଆ, ସାନ ଭାଇ ଅଛନ୍ତି l ବାସ ଗାଁ ଶ୍ମସାନ ଘାଟରେ ଅନ୍ତିମ ଶବ ସତ୍କାର କରାଯାଇଥିବାବେଳେ, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମେତ ପରିବାର ବର୍ଗ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ସେ କର୍କଟ ରୋଗରେ ପୀଡିତ ଥିବାବେଳେ, ଚିକିତ୍ସିତ ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟବରଣ କରିଥିଲେ l ମର ଶରୀର ନେଇ ଆସୁଥିବାବେଳେ, ସମ୍ବଲପୁର ନେଲସନ ମଣ୍ଡେଳା ଛକରେ ଜିଲ୍ଲାର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ