Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଶାଳା କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଗୋପନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପ୍ରାଧ୍ୟାପିକା ଶୀମତୀ ନମିତା ରଥ , ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାତ୍ର ଓ ବରିଷ୍ଠ ଗ୍ରନ୍ଥାଗରିକ ରାଜେନ୍ଦ୍ର ପ୍ରସାଦ ବେଦବାକ ଅତିଥିଭାବେ ଯୋଗଦେଇ ଛାତ୍ରୀ ସୁରକ୍ଷା ତାଲିମ ଶିବିର ର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ I କ୍ରୀଡା ପ୍ରଶିକ୍ଷକ ଗୋବିନ୍ଦ ପଧାନ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ସମ୍ମାନ ପତ୍ର ଦିଆଯାଇଥିଲା I ପ୍ରଶିକ୍ଷି କl ସୁଶ୍ରୀ ଅଙ୍କିତା ସାହୁ ଏବଂ ସୁଶ୍ରୀ କଲ୍ଯାଣମୟି ତ୍ରିପାଠୀ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା l ଶେଷରେ ପ୍ରାଧ୍ୟାପକ ଡ.ପୁରୁଷୋତ୍ତମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I