Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ବର୍ଷ ସଂପର୍କରେ ପଡିଲା ପୂର୍ଣ୍ଣଛେଦ, ଅଲଗା ହେଲେ ଅନୁଭବ-ବର୍ଷା; ଛାଡପତ୍ରର ସୂଚନା ଦେଲେ ସାଂସଦ

ଭୁବନେଶ୍ୱର: ବହୁ ବାଦ ବିବାଦ ଏବଂ ଦୀର୍ଘ ସମୟ ଆଇନଗତ ମାମଲା ତୁଟିବା ପରେ ଶେଷରେ ଓଲିଉଡର ବହୁ ଚର୍ଚ୍ଚିତ ଯୋଡି ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସଂପର୍କରେ ପୂର୍ଣ୍ଣଛେଦ ପଡିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡାର ସାଂସଦ ଅନୁଭବ ମହାନ୍ତି । କୋର୍ଟରୁ ଛାଡପତ୍ରର ମଞ୍ଜୁରୀ ମିଳି ସାରିଥିବା ଅଭିନେତା କହିଛନ୍ତି ।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯେଉଁମାନେ ମୋ ପାଇଁ ଏବଂ ମୋ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି ସମସ୍ତଙ୍କୁ ମୋର କୁୃତଜ୍ଞତା । ୧୦ ବର୍ଷର ଅର୍ଥହୀନ, ମୂଲ୍ୟହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ଓ ମିଥ୍ୟାହୀନ ବିବାହ ସଂପର୍କର ଅନ୍ତଘଟିବା ପରେ ଫେବୃଆରୀ ୭ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କଠୁ ଛାଡପତ୍ର ପାଇଛି । ମୁଁ ତାଙ୍କର ଖୁସି ପାଇଁ ସର୍ବଦା ପ୍ରାର୍ଥନା କରିବି । ଅପରାଧ କରିନି । କୋର୍ଟଙ୍କ ନିଷ୍ପତିକୁ ମଧ୍ୟ ଅନୁଭବ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୪, ଫେବ୍ରୁଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଦମ୍ପତିଙ୍କ ମଧ୍ୟରେ ମଧ୍ୟରେ ବିବାଦ ଦେଖା ଦେବାରୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ସେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍ ଦାଖଲ କରିଥିଲେ। ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ