Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରିକରଣ ୱାଇରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ

ଗୋପାଳପୁର,୦୯/୦୨
ପାଲୁର ହିଲ୍ ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଟାନ ପରିସରରେ ୫ଜି ରୁପାନ୍ତରିକରଣ ୱାଇରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଓ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର ସେଲୋନା ପକ୍ଷରୁ ମିଳିତ ଭାବେ ଶିକ୍ଷାନୁଷ୍ଠାନ ପରିସରରେ 5୫ଜି ରୁପାନ୍ତରିକରଣ ଅଧିନରେ ନିଜସ୍ୱ ୱାଇରଲେସ ନେଟୱାର୍କ ବ୍ୟବସ୍ଥା କରାଯାଇଛି। ଏହାକୁ ନିଷ୍ଟ ଅନୁଷ୍ଠାନ ପରିସରରେ ଆଇଆଇଟି ଗୋଆର ନିର୍ଦ୍ଦେଶକ ଡା. ବରଦା କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ
ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ବହୁତ ଭଲ ଭାବେ ଗଢି ଉଠିଥିବା ସହ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ବେଶ ସହାୟକ ହୋଇପାରିଥିବା କହିବା ସହ ବିଭିନ୍ନ ୟୁରୋପିୟ ଦେଶମାନଙ୍କରେ ଦୁର୍ଘଟଣା ରୋକିବା ଏବଂ ତାହାର ପ୍ରତିକାର କରିବାରେ ୫ଜି ପ୍ରମୁଖ ଭୂମିକା ଗ୍ରହଣ କରିଛି। ନିଜ ଅଞ୍ଚଳରେ ଏହି ଗ୍ଲୋବାଲ ଇନୋଭେସନ ୫ଜି ଟେକନଲୋଜିର ଉଦଘାଟନି ଉତ୍ସବରେ ଯୋଗ ଦେଇ ସେ ବେଶ ଖୁସି ରହିଥିବା ପ୍ରକାଶ କରିଥିଲେ
ଥିଲେ। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡା. ସୁକାନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ନୂତନ ସେବା ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ଓ ପିଏଚଡି ବିଦ୍ୟାର୍ଥୀଙ୍କ ପାଇଁ ହୋଇପାରିଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧକ୍ଷ ଡା. ପି ରାଜେଶ କୁମାରଙ୍କ ସଭାପତିତ୍ୱରେ କ୍ୟାମ୍ପସ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଟ ବୈଜ୍ଞାନିକ ପ୍ରଫେସର କେ ଜୟରାମ ଆୟର ଯୋଗ ଦେଇ ସେ ସ୍ଥାନୀୟ ଅଞ୍ଚଳ ବାସିନ୍ଧା ହୋଇଥିବା ବେଳେ ସେମାନଙ୍କ ସମୟରେ ଏଠାରେ ଭଲ ଶିକ୍ଷାନୁଷ୍ଠାନ ନଥିଲା। । ସେହିପରି ବୈଷୟିକ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀଙ୍କ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଏହି ୫ଜି ସେବା ବେଶ ପ୍ରଭାବ ପକାଇବ। ପ୍ରତିଦିନ ନୂଆ ନୂଆ ଉଦ୍ଭାବନା କରିବାରେ ସେମାନଙ୍କୁ ସହାୟକ ହେବ ବୋଲି କହିଥିଲେ।
ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଟେଲି କମ୍ୟୁନିକେଶନ ବିଭାଗ ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି, ଆଡିସନାଲ ଡାଇରେକ୍ଟର ଜେନେରାଲ ଜି.ଭି. ରମଣ ରାଓ, ସେଲୋନାର ସଦସ୍ୟ ଗୌରବ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ନିଷ୍ଟ ପ୍ରତିଷ୍ଠାତା ଡା ସୁକାନ୍ତ କୁମାର ମହାପାତ୍ରଙ୍କ ସମେତ ସେଲୋନା କମ୍ପାନୀର ଉପ ସଭାପତି ଭାନଲିନ ସତ୍ୟା ରବିନସନ ଓ ସିଷ୍ଟମ ଇଂଜିନିୟର ସଞ୍ଜିତ ପଣ୍ଡିତ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲା। ସେହିପରି ସେଲୋନା ବର୍ତ୍ତମାନ ନିଜସ୍ୱ ନେଟୱାର୍କ ଜରିଆରେ 5ଜି ସେବା ପ୍ରଦାନ କରୁଅଛି। ଆଗାମୀ ଦିନମାନଙ୍କରେ ଏହା ଅନ୍ୟ ନେଟୱର୍କ ସହ ମିଶି 5ଜି ସେବା ପ୍ରଦାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେଲୋନା ର ସଦସ୍ୟ ଶ୍ରୀ ଶାହା କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡା. ପି ରାଜେଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜକ ଡ. ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନ ର ପ୍ରଶାସନ ମୁଖ୍ୟ ଶ୍ରୀ ସୟଦ ସୁଲେମାନ ଅଲି, ଉପାଧ୍ୟକ୍ଷ ଡ. ବିଷ୍ଣୁକର ନାୟକ, ଅଧ୍ୟାପକ ଡ. ପ୍ରୀତି ରଞ୍ଜନ ସାହୁ, ସ୍ୱାଧୀନ ମିଶ୍ର, ଆକାଙ୍ଖ୍ୟା ପଟ୍ଟନାୟକ, ପିତାମ୍ବର ସାହୁ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories