ଚିପିଲିମା, ସମ୍ବଲପୁର ଜିଲ୍ଲା ବୁର୍ଲାଥାନା କୁଦ ଗୁଣ୍ଡେରପୁର ପଞ୍ଚାୟତ ତବଡା ଗ୍ରାମରେ ଜଣେ ଛାତ୍ରୀଙ୍କ ବୁଧବାର ଅସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ, କାରଣ ଅସ୍ୱଷ୍ଟ ରହିଛି l ମିଳିଥିବା ସୂଚନା ଅନୁଯାଇ କୁଦ ତବଡା ଗ୍ରାମର ସ୍ବର୍ଗୀୟ ବୃଷଭ ଭୋସାଗର ଙ୍କ ୧୨ ବର୍ଷୀୟା ଝିଅ ପୂର୍ଣ୍ଣିମ ବୁଧବାର ସ୍କୁଲରୁ ଫେରିବା ବାଟରେ କିଛି ବରକୋଳି ତୋଳି ଖାଇଥିଲେ l ରାତିରେ ଅସୁସ୍ଥତା ଅନୁଭବ କରୁଥିବା ନେଇ ଘରେ କହି ଶୋଇ ପଡି ଥିଲେ l ସକାଳୁ ସ୍ୱାଭାବିକ ଭାବରେ ଚଲା ବୁଲା କରୁଥିବାବେଳେ ହଠାତ ଅଚେତ ହୋଇ ପଡି ଯାଇଥିଲେ l ସଙ୍ଗେ ସଙ୍ଗେ ପୂର୍ଣ୍ଣିମା କୁ ବୁର୍ଲା ମେଡିକାଲ ନିଆ ଯାଇଥିଲା l ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ l ଏନେଇ ବୁର୍ଲା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ,ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର ହୋଇଥିଲା l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ଵଷ୍ଟ ହେବ ବୋଲି କୁହାଯାଉଛି l ଏପରି ଏକ ଦୁଖଃଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l