କୀଟନାଶକ ପିଇ ମହିଳାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ନେଇ ଥାନାରେ ଅଭିଯୋଗ


ଗୋପାଳପୁର ୮/୨
ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ କୁଶସ୍ଥଳୀ ଗ୍ରାମର ଜଣେ ମହିଳାଙ୍କ କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ମୃତ ମହିଳା ଜଣକ ହେଲେ ଅନିତା ବିଷୋୟୀ, ବୟସ ୪୭ ବୋଲି ପୁଲିସ କହିଛି l ବୁଧୁବାର ଦିନ ମଧ୍ୟାହ୍ନରେ କୌଣସି କାରଣକୁ ନେଇ ଅନିତା କୀଟନାଶକ ପାନ କରିଥିଲେ l କିଟନାଶକ ପିଇବା ପରେ ତାଙ୍କ ଝିଅକୁ ଫୋନ ଯୋଗେ ଜଣାଇଥିଲେ l ଝିଅ ତୁରନ୍ତ ବାପା ବାବୁଲା ବିଷୋୟୀଙ୍କୁ ଘଟଣା ନେଇ ଜଣାଇ ଥିଲେ l ବାବୁଲା ତୁରନ୍ତ ଘରେ ପହଞ୍ଚି ଦେଖିଲା ବେଳକୁ ସ୍ତ୍ରୀ ଗୁରୁତର ଥିବା ଦେଖି ତୁରନ୍ତ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଥିଲେ l ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ଏ ନେଇ ଆଜି ସ୍ୱାମୀ ବାବୁଲା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨/୨୪ ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l