Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା କଲେଜରେ ସାହିତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ କଲେଜ ରେ ନୂଆ – ଓ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଭୋଲାନାଥ କର୍ମୀଙ୍କ ଏହି ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ.ସରୋଜ କୁମାର ଜଗଦଲା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ I ସୋନପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼. ମୀନକେତନ କୁମ୍ଭାର ଅତିଥି ଭାବେ ଯୋଗଦେଇ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ପ୍ରୟାସ କୁ ଭୂଷିୟ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପ୍ରଜ୍ଞା କଳ୍ପିତା ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପକ ରମାକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଦେବାଶିଷ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଅନ୍ନଦା ମିଶ୍ର , ଅର୍ପିତା ନାୟକ , ଗୋପାଳ ଭୋଇ , ସୁରେନ୍ଦ୍ର ସାହୁ , ଦିଲ୍ଲୀପ ମେହେର , ହର ସାହୁ , ଶମ୍ଭୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।