Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବିଜେପି ପକ୍ଷରୁ ଶକ୍ତିବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗୋପାଳପୁର,୦୯/୦୨
ଗୋପାଳପୁର ଭାରତୀୟ ଜନତା ପାର୍ଟି ତରଫରୁ ଶୁକ୍ରବାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତିବନ୍ଦନ କାର୍ଯ୍ୟକ୍ରମ ଗୋଲନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତାପାତ୍ର ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ବିଭୁତି ଭୂଷଣ ଜେନା, ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଢଙ୍ଗୀ, ଜିଲ୍ଲା ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ରତ୍ନଗର୍ଭା ସରସ୍ବତୀ ଦେଵୀ, ଯୁବମୋର୍ଚା ସଭାପତି ଶିବ ନାୟକ ଏହି କର୍ମଶାଳା ର ମହତ୍ୱ କୁ ବୁଝେଇ ପ୍ରତ୍ୟେକ ନାରୀଙ୍କୁ ” ମୁଁ ମୋଦିଙ୍କ ଶକ୍ତି ” ହେବାପାଇଁ ପ୍ରେରଣା ଦେଇଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କୁ ସଶକ୍ତି କରେଇବା ର ଯେଉଁ ସଂକଳ୍ପ ନେଇଛନ୍ତି ତାକୁ କିପରି ସଫଳ କରେଇବା ସେଇ ଦିଗରେ ଆଲୋକପାତ କରାଯାଇଥିଲା l ଭାରତୀୟ ଜନତା ପାର୍ଟି ଦଳରେ” ମୁ ମୋଦିଙ୍କ ଶକ୍ତି ” ରୂପେ ଅସଂଖ୍ୟ ମହିଳା ଙ୍କୁ ଯୋଡିବା ପାଇଁ ବିଭୁତି ଭୂଷଣ ଜେନା ଆହ୍ୱାନ ଦେଇଥିଲେ। ଆଜି ସମୟ ଆସିଛି ବିଜେପି ସରକାର ଗଢିବାପାଇଁ ମୋଦିଙ୍କ ଶକ୍ତି ରୂପେ ଠିଆ ହେବା ପାଇଁ lଏହି କାର୍ଯ୍ୟକ୍ରମ କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ନାରୀଶକ୍ତି ବନ୍ଦନ ର ସଂଯୋଜିକା ଅନୁଯା ନନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ lଏହି କାର୍ଯ୍ୟକ୍ରମ ରେ ମୋନିକା ପ୍ରହାରାଜ, ଟୀ.ଭୂମିଲକ୍ଷ୍ମୀ, ସୁଜାତା ନାୟକ, ଲକ୍ଷ୍ମୀ ନାୟକ ପ୍ରମୁଖ ମଣ୍ଡଳ ସଭାନେତ୍ରୀ ମାନଙ୍କ ସହ ବହୁତ ମହିଳା କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ। ଫୋଟ ଯିବ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories