Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୂଡାନ୍ତ ପ୍ରାୟ ପ୍ରସ୍ତାବିତ ଜିଲ୍ଲା ସ୍ତରୀୟ ଷ୍ଟାଡିଅମ,ଆସୁଛନ୍ତି ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ

ଚିପିଲିମା,ସମ୍ବଲପୁର ଜିଲ୍ଲା ପ୍ରସ୍ତାବିତ ନୁଆଁ ଷ୍ଟାଡିଅମ ପାଇଁ ଚିପିଲିମା କରଡୋଳା ମଝିରେ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିବାବେଳେ, କିଛିଦିନ ହେଲା ବଡ ବଡ଼ ଅଧିକାରୀଙ୍କ ଘନ ଘନ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି l ଆଜିମଧ୍ୟ ଅପରାହ୍ନରେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମେତ ବିଭିନ୍ନ ଅଧିକାରୀ ଆସି ପ୍ରସ୍ତାବିତ ଷ୍ଟାଡିଅମ ପାଇଁ ପ୍ରସ୍ତାବିତ ଜାଗା ପରିଦର୍ଶନ କରିଥିବାବେଳେ ସ୍ଥାନୀୟ ଚିପିଲିମା ରାଜସ୍ବ ଅଧିକାରୀଙ୍କୁ ଜମି ସମ୍ବନ୍ଧରେ ପଚାରି ବୁଝିଥିଲେ l ଜିଲ୍ଲପାଳଙ୍କ ପରିଦର୍ଶନ ସମୟରେ ସମ୍ବଲପୁର ମହାନଗର କମିସନର, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ କରଡୋଳା ସରପଞ୍ଚ ଗୋରେଖ ରାଉତ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ l ପ୍ରସ୍ତାବିତ ଷ୍ଟାଡିଅମ ଏଠାରେ ହେବାପାଇଁ ଗୋଟିଏ ପ୍ରକାର ନିଶ୍ଚିତ ଅନୁମାନ କରାଯାଉଥିବାବେଳେ, ରବିବାର ପୂର୍ବାହ୍ନ ରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଏନଙ୍କ ଉକ୍ତ ଜମି ପରିଦର୍ଶନ ପରେ ଚୂଡାନ୍ତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି l ଚିପିଲିମା ଅଞ୍ଚଳରେ ଏପରି ଏକ ପ୍ରସ୍ତାବକୁ ନେଇ ସଚେତନ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଉ ଥିବାବେଳେ, ଚୂଡାନ୍ତ ନିଷ୍ପତ୍ତି ଅପେକ୍ଷ୍ୟାରେ ଅଞ୍ଚଳବାସୀ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ